ଆର୍ଥିକ ବର୍ଷ ୨୦୨୨-୨୩ରେ ‘ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ୍’ ବା ଅଭିବୃଦ୍ଧି ହାର ୭.୮% ରହିବ ବୋଲି ଫେବ୍ରୁଆରି ମାସରେ ଯାହା ପୂର୍ବାନୁମାନ କରାଯାଇଥିଲା । ତାହାକୁ ରିଜର୍ଭ ବ୍ୟାଙ୍କ୍ ୭.୨% କୁ ହ୍ରାସ କରିଛି ।
ଫେବ୍ରୁଆରି ମାସ ଅପେକ୍ଷା ମୁଦ୍ରାସ୍ଫୀତି ଆହୁରି ଅଧିକ ହେବ ବୋଲି ମଧ୍ୟ ଭାରତର ରିଜର୍ଭ ବ୍ୟାଙ୍କ୍ ପୂର୍ବାନୁମାନ କରିଛି । ମୁଦ୍ରାସ୍ଫୀତି ୪.୫% ହେବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା । କିନ୍ତୁ, ଆର୍ଥିକ ବର୍ଷ ୨୦୨୨-୨୩ରେ ମୁଦ୍ରାସ୍ଫୀତି ୫.୭% ହେବ ବୋଲି ପୁଣି ଥରେ ପୂର୍ବାନୁମାନ କରାଯାଇଛି ।