#WATCH | Several houses collapsed in Krishna Nagar area in Himachal Pradesh's Shimla after a landslide took place. Rescue operation underway.
(Video Source: Local; confirmed by Police and administration) pic.twitter.com/qdYvR4C4fx — ANI (@ANI) August 15, 2023
ଏଠାରେ ମଧ୍ୟ ଚାପିହୋଇ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ସୋମବାରଠାରୁ ସମୁଦାୟ 19 ଟି ମୃତଦେହ ଉଦ୍ଧାର କରାଯାଇଛି, ସମର୍ ହିଲରେ ଥିବା ଶିବ ମନ୍ଦିର ସ୍ଥଳରେ 12, ଫଗଲିରେ ପାଞ୍ଚ ଜଣ ଏବଂ କୃଷ୍ଣନଗରରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍କୁଲ୍-କଲେଜକୁ ଛୁଟି ଘୋଷଣା କରାଯିବା ସହ ଆସନ୍ତା 19 ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ ୟୁନିଭର୍ସିଟି ବନ୍ଦ ରଖାଯାଇଛି। ଏନଡିଆରଏଫ ଏବଂ ସେନା ସହ ପୋଲିସ ଏବଂ ଏସଡିଆରଏଫ ପକ୍ଷରୁ ସିମଲା ହିଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେଣୁ ସ୍ଥିତି ଆହୁରି ବିଗିଡ଼ବା ନେଇ ଆଶଙ୍କା ଦେଖାଦେଇଛି ।
ଅଧିକ ପଢନ୍ତୁ ଭାରତ ଖବର