ସଂକ୍ରମଣ ଶିକାର ହେଉଥିବା ରୋଗୀଙ୍କ ଶରୀରରୁ ରୋଗ ପ୍ରତିଷେଧକ ଦ୍ରୁତ ଗତି ହ୍ରାସ ପାଇଥାଏ। ଏହାର କୌଣସି ଚିକିତ୍ସା ପଦ୍ଧତି ନଥିବାରୁ ପ୍ରାଣ ହରାଇଥାନ୍ତି ଲୋକେ । ତେବେ ଏଚଆଇଭିକୁ ନେଇ ଏବେ ବଡ଼ ଖବର ଆସିଛି । ବିଶ୍ବବାସୀଙ୍କୁ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି ଏଡସ୍ ଟିକା ।
ଏଚଆଇଭି ଭ୍ୟାକ୍ସନକୁ ନେଇ ବୈଜ୍ଞାନିକମାନେ କରିଥିବା କ୍ଲିନିକାଲ ଟ୍ରାଏଲରେ ସୁଫଳ ମିଳିଛି । ୯୭ପ୍ରତିଶତ ଲୋକଙ୍କ ଦେହରେ ଏଡସ୍ ବିରୋଧରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଛି । ବୈଜ୍ଞାନିକମାନେ ୩୬ଜଣ ସ୍ବେଚ୍ଛାସେବୀଙ୍କ ଉପରେ ଏଚଆଇଭି ଟିକାକୁ ପରୀକ୍ଷାମୂଳକ ଭାବେ ଟ୍ରାଏଲ କରିଥିଲେ ।
ଏଥିରେ ୩୫ଜଣଙ୍କ ଶରୀରରେ ରୋଗ ବିରୋଧରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ତେବେ ଏହି ଟିକା ଏଡସ୍ ସଂକ୍ରମଣ ବିରୋଧରେ କେତେ ଫଳପ୍ରଦ ହେବ ତାହା ସ୍ପଷ୍ଟ ହୋଇନାହିଁ । ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ, ଦୁଇଟି ଡୋଜ୍ ଦିଆଯିବା ପରେ ଏହା ରୋଗୀ ଦେହରେ କାମ କରିବା ଆରମ୍ଭ କରବା ସହିତ ଆଣ୍ଟିବଡି ସୃଷ୍ଟି କରିବ ।
ଅନ୍ୟପଟେ ଏହି ଭ୍ୟାକ୍ସନରେ କୌଣସି ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ଦୁଇଟି ଡୋଜ୍ ପରେ ବୁଷ୍ଟର ଡୋଜ୍ ଆବଶ୍ୟକ ପଡ଼ିପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏଚଆଇଭି ଭ୍ୟାକ୍ସିନର ପ୍ରଭାବ ଜାଣିବା ପାଇଁ ପ୍ରାଥମିକ ଷ୍ଟେଜରେ ଥିବା ରୋଗୀଙ୍କ ଶରୀରରେ ଟ୍ରାଏଲ କରାଯାଇଥିଲା । ହେଲେ ଏହା କେତେ ପ୍ରଭାବଶାଳୀ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏଚଆଇଭି ଏଡସ୍ ମ୍ୟୁଟାଣ୍ଟ ରୋଗୀଙ୍କ ଶରୀରରେ ଦ୍ରୁତ ଗତିରେ ବଢ଼ିଥାଏ, ତେଣୁ ଭ୍ଯାକ୍ସିନ ତିଆରି କରି କଠିନ କାମ ବୋଲି ବୈଜ୍ଞାନିକମାନେ କହିଛନ୍ତି ।