ଲୋକେ କିଭଳି ସହଜରେ କଏନ ପାଇ ପାରିବେ ତାହାକୁ ଦୃଷ୍ଟିରେ ରଖି ଏହି ପ୍ରୋଜେକ୍ଟ କାର୍ଯ୍ୟକାରୀ କରୁଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ମନିଟାରୀ ପଲିସି ଘୋଷଣା ସମୟରେ ଆଉ ଏକ ଜରୁରୀ ଘୋଷଣା ମଧ୍ୟ କରିଛନ୍ତି ଏଟିଏମ ଗଭର୍ଣ୍ଣର । ଏହି ଯୋଜନା ଅନୁଯାୟୀ ଭାରତକୁ ଆସୁଥିବା ବିଦେଶୀ ଯାତ୍ରୀ ମଧ୍ୟ ଭାରତରେ ୟୁପିଆଇ ସୁବିଧାର ଲାଭ ଉଠାଇ ପାରିବେ ।
ଅଧିକ ପଢନ୍ତୁ: ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ୩୫ ବେସିସ୍ ପଏଣ୍ଟ୍ ବୃଦ୍ଧି କରିଛି
ଜି-୨୦ ଆରମ୍ଭ ହେବା ସହ ବିଦେଶୀଙ୍କ ପାଇଁ ଏଟିଏମ ସୁବିଧା ଆରମ୍ଭ ହେବାକୁ ଯାଉଛି । ପ୍ରାଥମିକ ପର୍ଯ୍ୟାୟରେ କିଛି ନିର୍ଦ୍ଦିଷ୍ଟ ଏୟାରପୋର୍ଟରେ ଏହି ସୁବିଧା ଉପଲବ୍ଧ ହେବ । ସେହିପରି ପୂର୍ବ ଅପେକ୍ଷା ଭାରତୀୟ ଅର୍ଥନୀତି ଆହୁରି ଅଧିକ ମଜଭୁତ ହୋଇଥିବା କହିଛନ୍ତି ଶକ୍ତିକାନ୍ତ ଦାସ । ଭବିଷ୍ୟତର ଆହ୍ବାନକୁ ମୁକାବିଲା କରିବାକୁ ଭାରତ ସମ୍ପୂର୍ଣ୍ଣ ସମର୍ଥ ଏବଂ ଏନେଇ ପଲିସି ମଧ୍ୟ ସ୍ଥିର ହୋଇଥିବା ସେ କହିଛନ୍ତି ।
ଅଧିକ ଭାରତ ନ୍ୟୂଜ଼ ପଢନ୍ତୁ