କାନ୍ତାରା ଫିଲ୍ମରେ ଏକ ଏଭଳି ଦୃଶ୍ୟ ରହିଛି, ଯେଉଁଥିରେ ଋଷଭ ଶେଟ୍ଟିଙ୍କ ପିଠିରେ ନିଆଁ ଥିବା ଏକ ରଡରେ ଆକ୍ରମଣ ହୋଇଛି। ସେ କହି ଛନ୍ତି ଯେ ଏହି ଦୃଶ୍ୟ ଏକଦମ ବାସ୍ତବିକ । ଏହି ଆକ୍ରମଣ କାରଣରୁ ତାଙ୍କ ପିଠିରେ ଜଳି ଯାଇଛି ।
ସେ ଆହୁରି କହିଛନ୍ତି ଯେ, ଦୈବ କୋଲା ନୃତ୍ୟ ସମୟରେ ତାଙ୍କର ଶରୀର ଉପରେ ୫୦-୬୦ କିଲୋର ଅତିରିକ୍ତ ଓଜନ ବୋହିବାର ଥିଲା । ଏହି ଦୃଶ୍ୟଙ୍କନ ପୂର୍ବରୁ ଓ ପରେ ତାଙ୍କୁ କେବଳ ପ୍ରସାଦ ଖାଇବାକୁ ଦିଆ ଯାଉ ଥିଲା । ଦିନ ସରୁ ସରୁ ସେ ଥକି ଯାଉ ଥିଲେ। ଏହା ସତ୍ୱେ ସେ କାମ କରୁଥିଲେ।
ଏହି ଫିଲ୍ମ ନିର୍ମାଣ ବେଳେ ତାଙ୍କୁ ଆସିଥିବା କଠିନ ପରିସ୍ଥିତି ସମ୍ପର୍କରେ ସେ କିଛି କହି ନ ଥିଲେ, ହେଲେ ଏବେ ଗଣମାଧ୍ୟମ ପ୍ରତିନିଧିମାନେ ପଚାରୁ ଥିବାରୁ ତାଙ୍କୁ କହିବାକୁ ପଡୁଛି ।
ଋଷଭ ଶେଟ୍ଟି ଫିଲ୍ମର ଅପାର ସଫଳତା ପରେ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିର ପହଂଚି ତାଙ୍କର ଦର୍ଶନ କରିଛନ୍ତି । ଏହା ପୂର୍ବରୁ ସେ ଚେନ୍ନାଇ ଠାରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ଭେଟି ତାଙ୍କ ଠାରୁ ଆଶୀର୍ବାଦ ନେଇଥିଲେ।
ବଲିଉଡରେ ତିଆରି ଫିଲ୍ମକୁ ବାରମ୍ବାର ବୟକଟ କରିବାକୁ ଆହ୍ବାନ ଦିଆଯିବା ଓ ବଲିଉଡ ଫିଲ୍ମ ଗୁ଼ଡିକ ବାରମ୍ବାର ଫ୍ଲପ ହେବା ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ଦକ୍ଷିଣ ଭାରତୀୟ ଫିଲ୍ମ ଗୁ଼ଡିକ ଖୁବ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ରିଷଭ ଶେଟ୍ଟୀଙ୍କ କନ୍ନଡ ଫିଲ୍ମ କାନ୍ତାରା ଖୁବ ଭଲ ପ୍ରଦର୍ଶନ କରୁଛି । ଏହି ଫିଲ୍ମଟି କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ଯ ଉଚ୍ଚ କୋଟିର ପ୍ରଦର୍ଶନ କରୁଛି । ଏହି ଫିଲ୍ମର ବିଶେଷତ୍ୱ ହେଲା ଯେ ଫିଲ୍ମ ରିଲିଜ ହେବାର ମାସକ ପରେ ମଧ୍ୟ ଫିଲ୍ମ ଖୁବ ଭଲ ପ୍ରଦର୍ଶନ କରୁଛି ଓ ବର୍ତମାନ ଯାଏ ୨ ଶହ ୭୫ କୋଟି ଟଙ୍କାର ବିଜନେସ କରି ସାରିଲାଣି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।