ଅଧିକ ପଢନ୍ତୁ :ସୁସ୍ଥ ହେଉଛନ୍ତି ରିଷଭ ପନ୍ଥ
ସର୍ଜରୀର କିଛି ଦିନ ପରେ ପନ୍ଥ ସୋସିଆଲ୍ ମିଡିଆରେ ନିଜର ପ୍ରଥମ ଫଟୋ ସେୟାର କରିଥିଲେ । ତାଙ୍କ ପାଦରେ ପ୍ଲାଷ୍ଟର୍ ହୋଇଥିବା ବି ଦେଖାଯାଇଥିଲା । ପୂର୍ବରୁ ସେ ଖାଲି ସ୍ଥାନରେ ଆଶାବାଡ଼ି ସାହାରାରେ ଚାଲୁଥିବା ବେଳେ ଏବେ ସେ ସୁଇମିଂ ପୁଲ୍ ଭିତରେ ଆଶାବାଡ଼ି ସାହାରାରେ ଚାଲୁଥିବା ଦେଖିବାକୁ ମିଳିଛି ।
ହସ୍ପିଟାଲରୁ ଡିସଚାର୍ଜ ହେବା ପରଠାରୁ ସେ ଭିଡିଓ ଓ ଫଟୋ ସେୟାର କରି ନିଜ ପ୍ରଶଂସକଙ୍କୁ ସବୁ ଅପଡେଟ ଦେଉଛନ୍ତି । ଖୁବଶୀଘ୍ର ପନ୍ଥ ସୁସ୍ଥ ହେବା ସହ ପଡ଼ିଆକୁ ଫେରିବା ନେଇ ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।