ଏନେଇ ଟଇଟ୍ କରିଥିଲେ ତେଜ୍। ତାଙ୍କ ଟୁଇଟ୍ ପରେ ଏବେ ଲାଲୁଙ୍କ ପରିବାରରେ ମହାଭାରତ ସୃଷ୍ଟି ହୋଇଛି। ସୂଚନାମୁତାବକ, ଆରଜେଡି ଯୁବ ନେତା ରାମରାଜ ଯାଦବଙ୍କୁ ତେଜ୍ ପ୍ରତାପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେବାର କିଛି ଘଣ୍ଟା ପରେ ତେଜ୍ ପ୍ରତାପ ଟୁଇଟ୍ କରି ତାଙ୍କ ଇସ୍ତଫା ସମ୍ପରର୍କରେ ସୂଚନା ଦେଇଛନ୍ତି।
ସେ ଟୁଇଟ୍ରେ ଦର୍ଶାଇଛନ୍ତି ଯେ, ସମସ୍ତ କର୍ମୀଙ୍କୁ ସମ୍ମାନ ଜଣାଇ ମୁଁ ମୋ ବାପାଙ୍କୁ ଭେଟିବାର ପରେ ଶ୍ରୀଘ୍ର ଇସ୍ତଫା ଦେବି ବୋଲି କହିଛନ୍ତ ତେଜ୍ ପ୍ରତାପ । ସାନ ଭାଇଙ୍କୁ ଅର୍ଜୁନ ଏବଂ ନିଜକୁ ସାରଥି ବୋଲି ତୁଳନା କରୁଥିବା ତେଜ୍ ପ୍ରତାପଙ୍କ ଏହି ଇସ୍ତଫା ଟୁଇଟ୍ ଏବେ ତାଙ୍କ ପରିବାରରେ ବିବାଦ ତିବ୍ର କରିଛି।