ଏହି ବିଜୟରେ ବିରାଟ ଅଧିକ ଉତ୍ସାହିତ ହେବା ସହ ରୋହିତଙ୍କ ପିଠି ଥାପୁଡାଇଥିଲେ । ଯାହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ କବଜା କରିଛି ମେନ୍ ଇନ୍ ବ୍ଲୁ । ରୋମାଞ୍ଚକର ମ୍ୟାଚରେ କଙ୍ଗାରୁ ଦଳକୁ ୬ ୱିକେଟରେ ପରାଜିତ କରି ଟି-୨୦ ବିଶ୍ୱକପ୍ ପୂର୍ବରୁ ମନୋବଳ ଦୃଢ କରିଛି ଭାରତୀୟ ଟିମ୍ । ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଭାରତର ବିଜୟ ପଛର ନାୟକ ସାଜିଥିଲେ ଅଭିଜ୍ଞ ବିରାଟ କୋହଲି ଓ ବିସ୍ଫୋରକ ସୂର୍ୟ୍ୟକୁମାର ଯାଦବ ।
ତୃତୀୟ ମ୍ୟାଚରେ ବିରାଟଙ୍କୁ ସଙ୍କଟମୋଚକ ଭୂମିକାରେ ଦେଖିବାକୁ ମିଳିଥିଲା । ଆବଶ୍ୟକ ବେଳେ ବଡ ସଟ ଖେଳୁଥିଲେ ଏବଂ ୱିକେଟ ପତନ ହେଲେ ସର୍ତକତାର ସହ ବ୍ୟାଟିଂ କରୁଥିଲେ । କିଛି ଏଭଳି ଢଙ୍ଗରେ ୪୮ ବଲରେ ୬୩ ରନର ଇନିଂସ ଖେଳି ଭାରତର ବିଜୟ ପଥ ପରିଷ୍କାର କରିଥିଲେ କୋହଲି । ଏହାଛଡା ଟି-୨୦ ବିଶ୍ୱକପ ପୂର୍ବରୁ ଆସନ୍ତା ୨୮ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଯାହା ଟିମ୍ ଇଣ୍ଡିଆର ବିଶ୍ୱକପ ପ୍ରସ୍ତୁତିକୁ ବଳ ଯୋଗାଇବ ।
A moment to celebrate with the open hearts ❤️#RohitSharma𓃵 #ViratKohli𓃵 #INDvAUS #ViratKohli #RohitSharma pic.twitter.com/NI2K1yDNFJ — 𝔸𝕒𝕕𝕚 𝕊𝕦𝕕𝕖𝕖𝕡𝕚𝕒𝕟 (@AadiSudeepian) September 25, 2022