ଅର୍ଗସ ବ୍ୟୁରୋ: ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସ୍ପେସାଲ ଟ୍ରେନ । ଧର୍ମେନ୍ଦ୍ରଙ୍କ ଚିଠି ପରେ ମିଳିଲା ଅନୁମତି । ୧୨ ସେପ୍ଟେମ୍ବରରୁ ଏହି ୩ଟି ନୂଆ ଟ୍ରେନ ଚାଲିବ । ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧୀଧାମ ଓ ପୁରୀ-ଓଖା ମଧ୍ୟରେ ଚାଲିବ ଶ୍ରମିକ ସ୍ପେସାଲ । ପୂର୍ବରୁ ଶ୍ରମିକଙ୍କ ପାଇଁ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ ସହ ଏହା ଯୋଡ଼ି ହେବ । ଏହି ଟ୍ରେନରେ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ସହଜରେ ଯାଇପାରିବେ ଶ୍ରମିକ । ଅନୁରୋଧ କରିବାର ଗୋଟିଏ ଦିନରେ ହିଁ ତ୍ୱରିତ ପଦକ୍ଷେପକୁ ଧର୍ମେନ୍ଦ୍ର ପ୍ରଶଂସା କରିଛନ୍ତି । ସେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପିୟୁସ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଓଡିଶାରୁ ଗୁଜରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁନର୍ବାର ଟ୍ରେନ ଚଳାଇବାକୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ । ଗଞ୍ଜାମ ଜିଲ୍ଲାର ଅନେକ ପ୍ରବାସୀ ଓଡିଆ ଗୁଜରାଟ ଏବଂ ଅନ୍ୟ ରାଜ୍ୟକୁ ରେଳ ସେବା ଚାଲୁ କରିବା ପାଇଁ ଧର୍ମେନ୍ଦ୍ର ଅନୁରୋଧ କରିଥିଲେ । କୋରୋନା ମହାମାରୀ ତଥା ଲକଡାଉନ ଯୋଗୁଁ ଓଡିଶାକୁ ଫେରିଥିଲେ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବାସୀ ଓଡିଆ । ଆଉ ସେମାନଙ୍କ ଫେରିବାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଲାଯାଇଥିବା ଶ୍ରମିକ ସ୍ପେସାଲ ଟ୍ରେନର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ଓଡ଼ିଶାରେ ଜୀବନଜୀବିକା ଅଭାବ ରହିଛି ଏବଂ ପୁଣି କାର୍ଯ୍ୟକ୍ଷେତ୍ରରେ ଯୋଗଦେବା ପାଇଁ ଯିବାରେ ଅସୁବିଧା ହେଉଛି ପ୍ରବାସୀମାନେ ଦର୍ଶାଇଥିଲେ ।
ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ନିକଟରେ ଉଜ୍ଜୈନର ମହାକାଳେଶ୍ବର ମନ୍ଦିର ପରିଦର୍ଶନ କରିବାକୁ ଯାଉଛନ୍ତି। ଜାହ୍ନବୀ କିନ୍ତୁ ଏଥର ଏକା ଯାଇନାହାନ୍ତି ବରଂ ତାଙ୍କ ବୟଫ୍ରେଣ୍ଡ ଶିଖରଙ୍କ ସହ ଦେଖିବାକୁ ମିଳିଥିଲା। ଯେଉଁଥିରେ ମହାକାଳେଶ୍ବର ମନ୍ଦିରକୁ ଦୁଇଜଣ ଯାଇ ପୂଜା କରିଥିଲେ। ବର୍ତ୍ତମାନ ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିଛି।
#WATCH मध्य प्रदेश: अभिनेत्री जान्हवी कपूर ने उज्जैन के महाकालेश्वर मंदिर में दर्शन किए। pic.twitter.com/i3WQ0TFTV2 — ANI_HindiNews (@AHindinews) December 4, 2023
ଭିଡିଓରେ ଜାହ୍ନବୀ ଶିଖରଙ୍କ ପାଖରେ ବସିଥିବାର ଦେଖିବାକୁ ମିଳିଛି। ମନ୍ଦିରରେ ଜୋରସୋରରେ ଭଜନ କାର୍ଯ୍ୟକ୍ରମ ଚାଲିଛି। ଏହି ସମୟରେ ଜାହ୍ନବୀ ହାଲକା ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି। ଆଉ ବହୁତ ସୁନ୍ଦର ଦିଶୁଛନ୍ତି। ଭଜନ ଚାଲିଥିବାବେଳେ ଦୁହେଁ ତାଳି ମାରୁଥିବାର ନଜର ଆସିଛନ୍ତି। ଅଭିନେତ୍ରୀଙ୍କ ଏହି ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହା ପ୍ରଥମ ଥର ନୁହେଁ ଯେ ଜାହ୍ନବୀଙ୍କୁ ମନ୍ଦିରରେ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ବି ଦୁହେଁ ଅନେକ ଥର ଦର୍ଶନ କରିବାକୁ ଆସିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ଶୀତଦିନେ ଆସିଲେ ସମସ୍ତେ କେଉଁଆଡେ ନା କେଉଁ ଆଡେ ବୁଲିବାକୁ ଭଲ ପାଆନ୍ତି। ଜଳପ୍ରପାତ ହେଲେ ତାର ମଜା ଅଲଗା। ଆମ ଓଡ଼ିଶାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ରହିଛି। କିନ୍ତୁ ସବୁ ସ୍ଥାନରେ ବିକାଶ ହେଉ ନ ଥିବାରୁ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଖାଲି ଉଦଘାଟନୀ ଫିତା କାଟିବାପାଇଁ ବିଜେଡି ସରକାରରେ ଥିବା ମନ୍ତ୍ରୀମାନେ ଧାଇଁଯାଉଛନ୍ତି କିନ୍ତୁ ପରେ ଏହା ଯଥା ପୂର୍ବଂ ତଥା ପରଂ ସ୍ଥିତି।
ଏମିତି ଏକ ସ୍ଥାନ ରହିଛି ଭବାନୀପାଟଣାରେ। ଭବାନୀପାଟଣାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଅବସ୍ଥିତ ରାବନଦର ଜଳପ୍ରପାତ। ପ୍ରତିଦିନ ଦୂର ଦୂରାନ୍ତରୁ ଶହ ଶହ ପର୍ଯ୍ୟଟକ ବୁଲିବା ପାଇଁ ଏଠିକି ଆସିଥାନ୍ତି। ବର୍ତ୍ତମାନ ପିକନିକ ଋତୁ ଆସୁଥିବାରୁ ଲୋକଙ୍କ ଗହଳି ମଧ୍ୟ ଦେଖିବାକୁ ମିଳୁଛି। ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରକୃତିର ଏତେ ସୁନ୍ଦର ସ୍ଥାନ ରହିଛି, ଯାହା ଲୋକଙ୍କ ମନ କିଣୁଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୨୯ ଲକ୍ଷ ଖର୍ଚ୍ଚ କରି ବିକାଶ କାର୍ଯ୍ୟ କରାଗଲା। କିନ୍ତୁ ନିମ୍ନମାନର କାମ ଓ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏହି ଜଳପ୍ରପାତର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ନା ଅଛି ଗମନାଗମନକୁ ରାସ୍ତା ନା ଅଛି ଶୌଚାଳୟ ବ୍ୟବସ୍ଥା। ଏଭଳି ଅବ୍ୟବସ୍ଥା ଥିଲେ ମଧ୍ୟ ଏଥିପ୍ରତି କାହାର ନଜର ପଡ଼ୁନି।
ଭବାନିପାଟଣାରୁ ଭରଙ୍ଗପଦର୍ ପର୍ଯ୍ୟନ୍ତ ରାସ୍ତା ଠିକ୍ ଥିବା ବେଳେ, ତା ଆଗକୁ ରାସ୍ତା କଦର୍ଯ୍ୟ ଅବସ୍ଥାରେ ରହିଛି। ରାସ୍ତାରେ ଥିବା ମେଟାଲ୍ ପଥର ଗୁଡ଼ିକ ବାହାରି ପଡ଼ିଛି। ଶୌଚାଳୟ ବ୍ୟବସ୍ଥା ରହିଛି, କିନ୍ତୁ ସଫା ରହୁ ନାହିଁ। ଯାହା ଫଳରେ ମହିଳା ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ବର୍ଷ ପୂର୍ବରୁ ସେଇଠି ରେଷ୍ଟୁରାଣ୍ଟ ମଧ୍ୟ ଖୋଲା ଯାଇଥିଲା କିନ୍ତୁ ତାହା ବର୍ତ୍ତମାନ ବନ୍ଦ ପଡିଛି। କୌଣସି ନେଟୱର୍କ ନଥିବା ଯୋଗୁଁ ପର୍ଯ୍ୟଟକ ହଇରାଣ ହେଉଛନ୍ତି। ୨୦୨୧ ରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଥିବା ବେଳେ ଏହାର ଉଦଘାଟନ କରିଥିଲେ। କିନ୍ତୁ ବର୍ତ୍ତମାନ ତାହାର କାମ ଅବସ୍ଥା ରହିଛି କାହାର ନଜର ନାହିଁ।
ଉଦଘାଟନୀ ଫିତା କାଟିବା ପାଇଁ ଆଗରେ ରହିଥାନ୍ତି ବିଜେଡି ସରକାରଙ୍କ ମନ୍ତ୍ରୀଗଣ। କିନ୍ତୁ ଫିତା କାଟିବା ପରେ ରକ୍ଷଣାବେକ୍ଷଣ ପାଇଁ କାହିଁକି ପଛରେ ରହିଥାନ୍ତି ତାହା ହେଉଛି ବଡ଼ ପ୍ରଶ୍ନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର