ଓଡ଼ିଆ ଚଳଚିତ୍ର ହରଣର ଶୀର୍ଷକ ବା ଟାଇଟେଲ ଘୋଷଣା ସହ ଶୁଭ ମହୁରତ ହୋଇଯାଇଛି
କରୋନା ଭାଇରସ୍ ପ୍ରଭାବ, ବେଙ୍ଗାଲୁରୁରେ ଆର୍ଏସ୍ଏସ୍ର ବାର୍ଷିକ ବୈଠକ ବାତିଲ
ନୂଆଦିଲ୍ଲୀ: ମହାମାରୀ କୋରୋନାକୁ ଦୃଷ୍ଟିରେ ରଖି ଏବଂ ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ଓ ପରାମର୍ଶକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଶନିବାର ଅଖିଲ ଭାରତୀୟ ପ୍ରତିନିଧି ସଭାର ବାର୍ଷିକ ବୈଠକକୁ ବାତିଲ କରି ଦେଇଛି । ଆଜି ଆରଏସ୍ଏସ୍ର ସାଧାରଣ ସମ୍ପାଦକ ଭୟାଜୀ ଯୋଶୀ ବୈଠକ ବାତିଲ ନେଇ ଘୋଷଣା କରିଛନ୍ତି ।
ମାର୍ଚ୍ଚ 15 ରୁ ବେଙ୍ଗାଲୁରୁର ଚାନ୍ନାହଲ୍ଲୀର ଜନସେବା ବିଦ୍ୟା କେନ୍ଦ୍ରରେ ତିନି ଦିନିଆ ଏବିପିଏସ୍ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା । ଏଥିରେ ପାଖାପାଖି 1500 ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା ।
Download Argus News App
