ଇବାନ ମଧ୍ୟ ରାଷ୍ଟ୍ରପତି ପୁଟିନ୍ଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲେ। କର୍ପୋରେସନ୍ ଫର୍ ଦି ଡେଭେଲପମେଣ୍ଟ ଅଫ୍ ଦି ଫାର୍ ଇଷ୍ଟ ଆଣ୍ଡ ଆର୍କିଟିକ୍ର ଶୀର୍ଷ ମ୍ୟାନେଜର ଥିଲେ ଇବାନ୍ ପେଚରୋରିନ୍। ତେବେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ଖାଲି ପେଚୋରିନ୍ ଜଣେ ନୁହଁନ୍ତି ଗତ ୬ ମାସରେ ୯ ଜଣ କୋଟିପତି ବ୍ୟବସାୟୀଙ୍କ ରହସ୍ୟଜନକ ମୃତ୍ୟୁ ଘଟିଛି। ଲୁକୋଇଲ ଅଧ୍ୟକ୍ଷ ରାବିଲ ମାଗାନବଙ୍କର ଚଳିତ ସପ୍ତାହରେ ମୃତ୍ୟୁ ହୋଇଥିଲା। ମସ୍କୋର ହସ୍ପିଟାଲ ଝରକା ପଟୁ ଖସି ପଡି ତାଙ୍କର ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଶୀର୍ଷ ମ୍ୟାନେଜର ଅରଲେକ୍ଜାଣ୍ଡାର ସୁଚ୍ଚୋଟିନ୍ଙ୍କର ମସ୍କୋ ନିକଟରେ ଗତ ମେ ରେ ମୃତ୍ୟୁ ହୋଇଥିଲା।
ମୃତ୍ୟୁବରଣ କରିଥିବା ୯ ଜଣଙ୍କ ମଧ୍ୟରୁ ୬ଜଣ ପୁଟିନ୍ଙ୍କ ଅତି ଘନିଷ୍ଠ ଥିଲେ। ରୁଷ୍ର ୨ଟି ବଡ ଶକ୍ତି କମ୍ପାନି ସହ ଏମାନେ ଜଡିତ ଥିବା ସୂଚନା। ତେବେ ମାତ୍ର ୬ ମାସ ମଧ୍ୟରେ ପୁଟିନ୍ଙ୍କର ଏତେଗୁଡିଏ ସହଯୋଗୀଙ୍କର ମୃତ୍ୟୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଏ ସମସ୍ତେ ଆତ୍ମହତ୍ୟା କିମ୍ବା ଦୁର୍ଘଟଣା ରେ ପ୍ରାଣ ହରାଇଛନ୍ତି। ତେବେ କାର୍ହିକି ମୃତ୍ୟୁ ମୁଖରେ ପଡୁଛନ୍ତି ଭ୍ଲାଦିମିର ପୁଟିନ୍ ଘନିଷ୍ଠ ସହଯୋଗୀ। ଅକାଳରେ କାହିଁକି ପ୍ରାଣ ହରାଉଛନ୍ତି ଜଣେ ଶକ୍ତିଶାଳି ନେତାଙ୍କ ସାଥିଗଣ ? କୌଣସି ରୋଗ ବ୍ୟାଧିରେ ନୁହେଁ ବରଂ ଆତ୍ମହତ୍ୟା କିମ୍ବା ଦୁର୍ଘଟଣାରେ ଯାଉଛି ପୁଟିନଙ୍କ ପାଖ ଲୋକଙ୍କ ଜୀବନ, ଯେଉଁମାନେ କି ପୁଟିନ୍ଙ୍କ ଶକ୍ତି କହିଲେ ଚଳେ।
ସାରା ବିଶ୍ୱରରେ ଶକ୍ତିଶାଳି ବୋଲାଉଥିବା ପୁଟିନ୍ ଙ୍କ ଚାରି ପାଖେ ରୁହନ୍ତି ବୁଦ୍ଦିମାନ ଏବଂ କୂଟନୀତିରେ ପରିପୂର୍ଣ୍ଣ ବ୍ୟକ୍ତିତ୍ୱ। ଏମାନେ ରାଷ୍ଟ୍ରପତିଙ୍କ ମସ୍ତିଷ୍କ ବୋଲି କହିଲେ ଚଳେ। ଯଦି ଏହିଭଳି ଭାବେ ଜଣେ ଜଣେ ଦୁନିଆ ଛାଡିବେ ତେବେ ବିଶ୍ୱରେ ଶକ୍ତିମାନ ବୋଲାଉଥିବା ପୁଟିନ୍ ଶକ୍ତିହିନ ହୋଇପଡିବେ।
ବିଦେଶ ଖବର ଆହୁରି ପଢନ୍ତୁ ।