ପୁରା ୟୁକ୍ରେନରେ ଆତଙ୍କ ଖେଳାଉଛି ଋଷିଆର ଭାକ୍ୟୁମ ବମ୍ । ଅନ୍ୟ ବମ୍ ଠାରୁ ଭୟଙ୍କର ଏଇ ବମକୁ କୁହାଯାଉଛି FATHER OF ALL BOMB। ୨୦୦୭ରେ ଭାକ୍ୟୁମ ବମ୍ ତିଆରି କରିଛି ଋଷିଆ। ଏବେ ଆସନ୍ତୁ ନଜର ପକାଇବା କଣ ଏଇ ଭାକ୍ୟୁମ ବମ୍।
ଏଇ ବମ୍ ଅନ୍ୟ ବମଠାରୁ ଭିନ୍ନ କାରଣ ଏଥିରେ ବିସ୍ପୋରଣ ପାଇଁ ବାରୁଦ ବ୍ୟବହାର କରାଯାଏନାହିଁ । ଭାକ୍ୟୁମ ବମ୍ ବାୟୁମଣ୍ଡଳରୁ ଅକ୍ସିଜେନ୍ ଶୋଷେ। ପରେ ଜୋରଦାର ବିସ୍ଫୋରଣ ହୁଏ। ବିସ୍ଫୋରଣ ବେଳେ ତାପମାତ୍ରା ହଠାତ୍ ବଢିଯାଏ। ୩ଶହ ମିଟର ସୀମା ଭିତରେ ପ୍ରଭାବ ପକାଏ। ତାପମାତ୍ରା ଏତେ ବଢିଯାଏ ଯେ ମଣିଷର ହାଡ ଓ ଶରୀରକୁ ତରଳାଇ ଦିଏ ଏଇ ବମ୍ । ୪୪ଟନ୍ ଟିଏନଟିର ଶକ୍ତି ସହ ବିସ୍ଫୋରଣ କରାଏ ଭାକ୍ୟୁମ ବମ। ଯାହାକି ଅନ୍ୟ ବମଠାରୁ ବେଶ୍ ଭୟଙ୍କର।
ବିସ୍ଫୋରଣ ବେଳେ ଅଲଟ୍ରାସୋନିକ ସକୱେଭ୍ ବାହାରେ। ତାପାମାତ୍ରା ଅସମ୍ଭବ ଭାବେ ବୃଦ୍ଧି କରାଏ ଭାକ୍ୟୁମ ବମ୍। ୨୦୦୩ରେ ଆମେରିକାରେ ଏଇ ପ୍ରକାରର ଏକ ବମ୍ ନିର୍ମାଣ କରିଥିଲା। ଆମେରିକାର ଏଇ ବମକୁ କୁହାଯାଉଛି MOTHER OF ALL BOMBS । ଆଉ ଋଷିଆ ପାଖରେ ଭାକ୍ୟୁମ ବମ୍ ଯାହା ହେଉଛି FATHER OF ALL BOMBS।