ସେନାର ଫିଡବ୍ୟାକ ଆଧାରରେ ଏହାକୁ ଅଧିକ ୟୁଜର ଫ୍ରେଂଡଲୀ ଓ ଘାତକ କରାଯାଉଛି । ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ଠାରୁ କଲାଶିନୋକୋଭ ଏକେ 12 ଆସଲ୍ଟ ରାଇଫଲର ନୂଆ ମଡେଲର ଉତ୍ପାଦନ ଆରମ୍ଭ ହୋଇଯିବ । ଏହି ରାଇଫଲ ପୂର୍ବର ରାଇଫଲ ଠାରୁ ଅନେକ ଗୁଣ ଅଧିକ ବିପଜ୍ଜନକ ଓ ବ୍ୟବହାର ପାଇଁ ସୁବିଧାଜନକ ବୋଲି ସୂଚନା ମିଳିଛି ।
ଋଷ ଟୁଡେ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ରୋଷ୍ଟେକ ଡିଫେନ୍ସ କନସର୍ଟିୟମ ଯୁଦ୍ଧରେ ମୁତୟନ ହୋଇଥିବା ସୈନିକ ମାନଙ୍କର ଫିଡବ୍ୟାକ ନେଇ ନିଜର ଅସ୍ତ୍ର ଶସ୍ତ୍ରକୁ ଅପଗ୍ରେଡ କରୁଛି । ଏକେ ସିରିଜର ଏହି ନୂଆ ଅସ୍ତ୍ର ଶସ୍ତ୍ରର ନୂଆ ବ୍ଯାଚ ସମ୍ପୂର୍ଣ ରୂପେ ନୂଆ ଟେକ୍ନୋଲଜୀରେ ହେବ ।
ରିପୋର୍ଟ ଅନୁସାରେ ରୋଷ୍ଟେକର ମୁଖ୍ୟ ସର୍ଗେଇ ଚେମେଜୋଭ ଏହି ନୂଆ ଏକେ 12 ଆସଲ୍ଟ ରାଇଫଲର ଅନାବରଣ କରିଛନ୍ତି । ଏହା ବ୍ୟବହାର କରିବାରେ ଆହୁରି ସହଜ ହେବ । ଏଥିରେ ଫାଇରିଂ ମୋଡ ପାଇଁ ଦୁଇ ତରଫା ନିୟନ୍ତ୍ରଣ ବ୍ୟବସ୍ଥା ରହିବ ।