
ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ୨୬ ଦିନ ପୂରିଛି। ରାଜଧାନୀ କିବ୍ ଏବଂ ପୋର୍ଟ୍ ସିଟି ମାରିୟୁପୋଲ୍ରେ ରୁଷ୍ ଲଗାତାର ଆକ୍ରମଣ ଜାରି ରଖିଛି। କିବ୍ରେ ରୁଷ୍ ଗତକାଲି ରାତିସାରା ବୋମାମାଡ଼ କରିଛି। ଉତ୍ତର କିବ୍ର ପୋଡିଲ୍ସ୍କାଇ ଜିଲ୍ଲାରେ ଏକ ସପିଂ ସେଣ୍ଟର୍ ଉପରେ ଗୋଳାବର୍ଷା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଯାଇଛି। କିବ୍ ଦଖଲ ପାଇଁ ଆକ୍ରମଣ ପୁଣି ଜୋରଦାର ହୋଇଥିବାରୁ କିବ୍ ମେୟର ଆଜି ପୁଣି ଥରେ କର୍ଫ୍ୟୁ ଘୋଷଣା କରିଛନ୍ତି। ରୁଷ ସେନା କିବ୍ ସହରର କେନ୍ଦ୍ରସ୍ଥଳଠାରୁ ୨୫ କିମି ଦୂରରେ ଥିବା କୁହାଯାଉଛି। କିବ୍ରେ ସୋମବାର ସନ୍ଧ୍ୟା ୮ଟାରୁ କର୍ଫ୍ୟୁ ଆରମ୍ଭ ହୋଇ ବୁଧବାର ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଅନ୍ୟପକ୍ଷେ ରୁଷ୍ ଆଜି ଜିଟୋମିର ପ୍ରଦେଶ ଉପରେ ପ୍ରଥମ ଆକ୍ରମଣ କରିଛି। ଏଥିଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଛି ।
