ଏହାରି ଭିତରେ ସ୍ୱିଡେନ୍ ଓ ଫିନଲାଣ୍ଡକୁ ପରମାଣୁ ଆକ୍ରମଣର ଧମକ ଦେଇଛି ରୁଷିଆ । ଫିନଲାଣ୍ଡ ଓ ସ୍ୱିଡେନ୍ ଯଦି ‘ନାଟୋ’ରେ ସାମିଲ୍ ହୁଅନ୍ତି, ତାହେଲେ ପରିଣତି ଭୟଙ୍କର ହେବ ବୋଲି ରୁଷିଆ ଧମକ ଦେଇଛି । ଫିନଲାଣ୍ଡ ଓ ସ୍ୱିଡେନ୍ ‘ନାଟୋ’ରେ ସାମିଲ୍ ହେବା ପାଇଁ ଯୋଜନା କରୁଥିବା ଜାଣି ରୁଷିଆ ଏଭଳି ଧମକ ଦେଇଛି ।
ରୁଷିଆର ପୂର୍ବତନ ରାଷ୍ଟ୍ରପତି ତଥା ରୁଷିଆର ସୁରକ୍ଷା ପରିଷଦ ଉପାଧ୍ୟକ୍ଷ ଦିମିତ୍ରି ମେଡଭେଡେଭ୍ କହିଛନ୍ତି, ଯଦି ସ୍ୱିଡେନ୍ ଓ ଫିନଲାଣ୍ଡ ନାଟୋରେ ସାମିଲ୍ ହେବେ, ରୁଷିଆ ତା’ର ଡିଫେନ୍ସକୁ ଆହୁରି ଶକ୍ତିଶାଳୀ କରିବା ସହ ଏହି ଦୁଇ ଦେଶ ଉପରେ ପରମାଣୁ ଆକ୍ରମଣ କରିବାକୁ ପଛାଇବ ନାହିଁ ।
‘ନାଟୋ’ର ସମ୍ପ୍ରସାରଣକୁ ଆଦୌ ବରଦାସ୍ତ କରାଯିବ ନାହିଁ । ‘ନାଟୋ’ରେ ସାମିଲ୍ ନହେବା ପାଇଁ ଆମେ ପଡ଼ୋଶୀ ଦେଶ ଗୁଡ଼ିକୁ ବାରମ୍ବାର ସତର୍କ କରାଇ ଆସୁଛୁ ବୋଲି ରୁଷ କହିଛି ।