ଅନ୍ୟ ପକ୍ଷରେ ପାକିସ୍ତାନର ପୁରୁଣା କାଶ୍ମୀର ରୋଗ ପୁଣି ଥରେ ବାହାରିଛି । ପାକିସ୍ତାନୀ ସେନାର ପ୍ରବକ୍ତା ମେଜର ଜେନେରାଲ ଅହମଦ ଶରିଫ ଏକ ଉତ୍ତେଜନା ସୃଷ୍ଟିକାରୀ ବକ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ କାଶ୍ମୀର ଭାରତର ନ ଥିଲା ଓ ଆଗାମୀ ଦିନରେ ମଧ୍ୟରେ ରହିବ ନାହିଁ । ପାକିସ୍ତାନ ଉପରେ ଦୃଷ୍ଟି ରଖୁଥିବା ସମୀକ୍ଷକ ମାନଙ୍କ କହିବା କଥା ଆଭ୍ୟନ୍ତରୀଣ ରାଜନୀତିରେ ଫସିଥିବା ଓ ଶୀଘ୍ର ନିର୍ବାଚନ ଲଢିବାକୁ ଯାଉଥିବା ଶାହବାଜ ଶରିଫ ସରକାରଙ୍କ ପାଇଁ ଭାରତ ସହ କଥାବାର୍ତ୍ତ ଆରମ୍ଭ କରିବାର ରିସ୍କ ନେବା ସମ୍ଭବ ନୁହେଁ ।
ଅନ୍ୟ ପକ୍ଷରେ ଭାରତ ମଧ୍ୟ ପାକିସ୍ତାନ ସହ କୌଣସି ପ୍ରକାର ଚର୍ଚ୍ଚା ଆଲୋଚନା ପାଇଁ ଆଦୌ ଇଚ୍ଥୁକ ନୁହେଁ । ଏବେ କିଛି ଦିନ ତଳେ ପୁଂଛ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରାରମ୍ଭିକ ଜାଂଚର ସଂକେତ ଏହା ପଛରେ ପାକିସ୍ତାନ ଥିବା ଜଣା ପଡୁଛି । ଏଭଳି ପରିସ୍ଥିତିରେ ଭାରତ ତାର ବର୍ତ୍ତମାନ ଯାଏ ପାକିସ୍ତାନ ସହ ରହିଥିବା ଆଭିମୁଖ୍ୟରେ କୌଣସି ପ୍ରକାର ପରିବର୍ତ୍ତନ କରିବାକୁ ଇଚ୍ଛୁକ ନୁହେଁ।
ପାକିସ୍ତାନ ପକ୍ଷରୁ ଜାମ୍ମୁ କାଶ୍ମୀରକୁ ନେଇ ଦିଆଯାଇଥିବା ବକ୍ତବ୍ୟର ଉତ୍ତର ଭାରତ ଜାତିସଂଘରେ ଜୋରଦାର ଭାବେ ଦେଇଛି । ଜାତିସଂଘରେ ଭାରତର ସ୍ଥାୟୀ ମିଶନର କାଉନସଲର ପ୍ରତୀକ ମାଥୁର କହିଛନ୍ତି ଯେ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ କାଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଲଏ ରହିବ । ସେ କହିଛନତି ଯେ କୌଣସି ହେଲେ ଦେଶ ଯେତେ ଭ୍ରାମକ ସୂଚନା , ବକ୍ତବ୍ୟ ଓ ପ୍ରଚାର ମାଧ୍ୟମର ବ୍ୟବହାର କଲେ ସୁଦ୍ଧା ଏହି ତଥ୍ୟ ବଦଳିବ ନାହିଁ ।