ଅଧିକ ପଢନ୍ତୁ ଭାରତ ଖବର
LACର ପ୍ରମୁଖ ଟେନସନ ପଏଣ୍ଟରେ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି । ସୀମା ବିବାଦ ନେଇ ଭାରତ-ଚୀନ୍ ମଧ୍ୟରେ ଆଲୋଚନା ଶେଷ ହୋଇନଥିବା ବେଳେ ଖୁବଶୀଘ୍ର ସୀମା ସୁରକ୍ଷା ନେଇ ଆଉ ଏକ ବୈଠକ ମଧ୍ୟ ହେବ । ତେବେ ମୋଦି ସରକାରରେ ଗତ ୯ ବର୍ଷରେ ଉତ୍ତର ସୀମା ସମେତ ସୀମା ଭିତ୍ତିଭୂମିକୁ ଯଥେଷ୍ଟ ବୃଦ୍ଧି କରାଯାଇଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ।
୨୦୧୪ ପରଠାରୁ ବଡ଼ ଧରଣର ଅଗ୍ରଗତି ସହ ପାଟ୍ରୋଲିଂକୁ ବୃଦ୍ଧି କରାଯାଇଛି । ଆସାମ ସହ ରେଳ ସଂଯୋଗ ପାଇଁ ଭୁଟାନ ସହ ଆଲୋଚନା ଚାଲିଛି । ରେଳ ସଂଯୋଗ ହେଲେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇପାରିବ । କୈଳାଶ ମାନସରୋବରକୁ ଯାତ୍ରା ପାଇଁ ଭିତ୍ତିଭୂମି ନିର୍ମାଣ ଚାଲିଥିବା ସେ କହିଛନ୍ତି । ସେଠାରେ ଏକ ଟନେଲର ଆବଶ୍ୟକତା ଅଛି । ଏହାର ନିର୍ମାଣ ପାଇଁ କାର୍ଯ୍ୟ କରୁଛି ବର୍ଡର ରୋଡ୍ ଅରଗାନାଇଜେସନ ।