ଉଭୟ ମିଶି ଇଣ୍ଡିଆ ହାଉସ ନାମରେ ଏକ ଫିଲ୍ମ ତିଆରି କରୁଛନ୍ତି। ଏହି ଫିଲ୍ମ ନିର୍ମାଣ ନେଇ ଘୋଷଣା କରଯାଇଛି । ଫିଲ୍ମରେ ନିଖିଲ ସିଦ୍ଧାର୍ଥ ଓ ଅନୁପମ ଖେର ମୁଖ୍ୟ ଭୂମିକାରେ ରହିବେ ।
ଏହି ଫିଲ୍ମ ସମ୍ପର୍କରେ ସୂଚନା ଦେଇ ପ୍ରଯୋଜକ ଅଭିଷେକ ଅଗ୍ରୱାଲ କହିଛନ୍ତି ଏହା ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଫିଲ୍ମ । ଏହାର କାରଣ ଦର୍ଶାଇ ସେ କହିଛନ୍ତି ଯେ ଏହି ଫିଲ୍ମ ଏଭଳି ଅନେକ ବିପ୍ଲବୀ ମାନଙ୍କର କାହାଣୀକୁ ନେଇ ଆସୁଛି ଯାହାଙ୍କୁ ମନେ ରଖା ଯାଇ ନାହିଁ । ଏପରି ଅନେକ ସ୍ୱାଧୀନତା ସଂଗ୍ରାମୀ ରହିଛନ୍ତି ଯେଉଁ ମାନେ ବିଦେଶରୁ କ୍ରାନ୍ତିର ମଶାଲ ଜଳାଉଥିଲେ ଓ ଲଣ୍ଡନରୁ ନିଜର କାର୍ଯକଳାପ ପରିଚାଳିତ କରୁଥିଲେ ।
ସେ କହିଛନ୍ତି ଯେ ଏହି ଫିଲ୍ମର ନାମ ଇଣ୍ଡିଆ ହାଉସ ରଖା ଯାଇଛି । ଲଣ୍ଡନ ସହରରେ ରହିଥିବା ଇଣ୍ଡିଆ ହାଉସ ସେତେବେଳେ ଭାରତୀୟ ବିପ୍ଲବୀ ମାନଙ୍କର ଗତିବିଧିର କେନ୍ଦ୍ର ଥିଲା । ଏହି ସ୍ଥାନରୁ ହିଁ ଦି ଇଣ୍ଡିଆନ ସୋସିଓଲଜିଷ୍ଟ ନାମରେ ଏକ ସମ୍ବାଦପତ୍ର ପରିଚାଳିତ ହେଉଥିଲା ।
ଶ୍ରୀ ଅଗ୍ରୱାଲ ଆହୁରି କହିଛନ୍ତି ଯେ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଦେଖାଇଥିବା ପଥର ଅନୁସରଣ କରି ସ୍ୱାତନ୍ତ୍ରବୀର ବିନାୟକ ଦାମୋଦର ସାବରକର ଇଣ୍ଡିଆ ହାଉସର ପରିଚାଳନାରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ । ଏଭଳି ଅନେକ ବିପ୍ଲବୀ ଓ ସ୍ୱାଧୀନତା ସଂଗ୍ରାମୀ ଯାହାଙ୍କୁ ଆମେ ଭୁଲି ଯାଇଛୁ ତାଙ୍କ ବିଷୟରେ ଏହି ଫିଲ୍ମରେ ଉଲ୍ଲେଖ ରହିବ ।
ଏହି ଅବସରରେ ଶ୍ରୀ ଅଗ୍ରୱାଲ ବଳିଦାନୀ ମଦନଲାଲ ଢିଙ୍ଗରା ଓ ଭିଭିଏସ ଆୟାରଙ୍କ ନାମ ନେଇଥିଲେ। ମଦନଲାଲ ଢିଙ୍ଗରା ଇଂରେଜ ସୈନ୍ୟ ଅଧିକାରୀ ୱିଲିୟମ ହଟ କର୍ଜନ ୱାଲୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହା ପରେ ଇଂରେଜ ମାନେ ମଦନଲାଲଙ୍କୁ ଫାସୀ ଦଣ୍ଡ ଦେଇଥିଲେ ଓ ସେ ହସି ହସି ଫାସି ଖୁଂଟରେ ଝୁଲି ଯାଇଥିଲେ । ଇଂରେଜ ମାନେ ତାଙ୍କ ଶବର ଅନ୍ତିମ ସଂସ୍କାର ମଧ୍ୟ କରିବାକୁ ଦେଇ ନ ଥିଲେ ।
ସେହିପରି ତାମିଲନାଡୁର ତିରୁଚିରପଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ଭିଭିଏସ ଆୟାର ମଧ୍ୟ ଇଂରେଜ ମାନଙ୍କର ମୋଷ୍ଟ ୱାଂଟେଡ ଲିଷ୍ଟରେ ଥିଲେ ।ସେ ମହର୍ଷି ଶୁଦ୍ଧାନନ୍ଦ ଭାରତୀଙ୍କ ଅନନ୍ୟ ମିତ୍ର ଥିଲେ ।
ଅନ୍ୟ ପକ୍ଷରେ ଏହି ଫିଲ୍ମରେ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଚରିତ୍ରରେ ଅଭିନୟ କରୁଥିବା ଅନୁପମ ଖେର କହିଛନ୍ତି ଯେ ସେ ଇଣ୍ଡିଆ ହାଉସ ଫିଲ୍ମର ସ୍କ୍ରିପ୍ଟ ସେ ପଢିଛନ୍ତି । ଏହା ଏକ ବଡ ପ୍ରଜେକ୍ଟ । ସାବରକରଙ୍କ ସମ୍ପର୍କରେ ସେ ଯାହା ପଢିଛନ୍ତି ସେଥିରୁ ସ୍ପଷ୍ଟ ଯେ ସେ ଭାରତର ସବୁଠାରୁ ସାହସୀ ଓ ମହାନ ସୁପୁତ୍ର ମଧ୍ୟରେ ଅନ୍ୟତମ ।
ଭାରତର ସ୍ୱାଧୀନତା ଆନ୍ଦୋଳନରେ ବୀର ସାବରକରଙ୍କର ଯୋଗଦାନ ଅନ୍ୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଠାରୁ କୌଣସି ଗୁଣରେ କମ ନୁହେଁ । ଦୀର୍ଘ ସମୟ ଧରି ବୀର ସାବରକର କିଭଳି କଳାପାଣି ଦଣ୍ଡ ପାଇ ଯାତନା ସହିଥିଲେ ଅନୁପମ ଖେର ତାର ଉଲ୍ଲେଖ କରିଥିଲେ ।
ଆହୁରି ପଢନ୍ତୁ ଭାରତ ଖବର...