MATANTARA: BJD ପାଇଁ ସହଜ ନୁହେଁ
ମୁମ୍ବାଇ: ହସ୍ପିଟାଲରେ ସଚିନ ତେନ୍ଦୁଲକର । ନିଜେ ଟ୍ବିଟ କରି ସଚିନ ଏହି ସୂଚନା ଦେଇଛନ୍ତି । କିଛିଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ ମାଷ୍ଟରବ୍ଲାଷ୍ଟର । ସେ କିଛିଦିନ ଭିତରେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଫ୍ୟାନ୍ସ ମାନଙ୍କୁ କହିଛନ୍ତି ।
ସୂଚନାମୁତାବକ, ଗତ ୨୨ ତାରିଖରେ କରୋନାରେ ସଂକ୍ରମିତ ହୋଇଥିଲେ ସଚିନ ତେନ୍ଦୁଲକର । ଏହାପରେ ସେ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ସଂକ୍ରମିତ ହେବାର ଛଅ ଦିନ ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ତାଙ୍କର ଆରୋଗ୍ୟ କାମନା କରିଥିବାରୁ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଚିନ ତେନ୍ଦୁଲକର । ଏଥିସହ ଭାରତ ୨୦୧୧ ବିଶ୍ୱକପ୍ ବିଜୟୀ ହେବାକୁ ଆଜି ୧୦ବର୍ଷ ପୂରିଥିବାରୁ ଭାରତୀୟ ଓ ସାଥି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମାଷ୍ଟରବ୍ଲାଷ୍ଟର ।