ଏହି ଭିଡିଓରେ ଜଣେ ପୁଅ ବୋଲିଂ କରୁଛନ୍ତି ଏବଂ ଆଉ ଜଣେ ଝିଅ ବ୍ୟାଟ ବୁଲାଇ ବିଲ୍ଡିଂ ଉପରକୁ ବଲକୁ ହିଟ୍ କରିଛନ୍ତି। ସେଠାରେ ଥିବା ଅନ୍ୟମାନେ ଛକା ବୋଲି ଜୋରସେ ପାଟି କରୁଛନ୍ତି। ଏହାକୁ ସଚିନ ଦେଖି ଖୁସି ହୋଇ ଲେଖିଛନ୍ତି କାଲି ମହିଳା କ୍ରିକେଟ ପ୍ରିମିୟର ଲିଗର ଅକ୍ସନ ସରିଛି। ଆଉ ଆଜି ମ୍ୟାଚ ଆରମ୍ଭ ହୋଇଗଲାଣି। ଏହି ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଥିଲା। ବାଳିକା ଜଣଙ୍କ ଚମତ୍କାର ବ୍ୟାଟିଂ କରୁଛନ୍ତି ବୋଲି ମଧ୍ୟ ଲେଖିଛନ୍ତି। ସେ ଏହି ଭିଡିଓକୁ ବିସିସିଆଇ ସଚିବ ଜୟ ଶାହାଙ୍କୁ ଟ୍ବିଟ କରିଛନ୍ତି। ଭବିଷ୍ୟତରେ ମହିଳା ମାନଙ୍କ କ୍ରିକେଟ ବହୁତ ଆଗକୁ ଯିବ ବୋଲି ସେ ଆଶାବାଦୀ ଅଛନ୍ତି। ଆମ ସମସ୍ତଙ୍କୁ ମିଶିକି ଯୁବା ପ୍ରତିଭାଙ୍କୁ ଉତ୍ସାହିତ କରିବା ଦରକାର ଯେମିତି ଭବିଷ୍ୟତରେ ଆମେ ଆହୁରି ଆଗକୁ ଯାଇପାରିବ। ଏବଂ ନାରୀଶକ୍ତିକୁ ପ୍ରୋତ୍ସାହନ ମିଳିବା ଦରକାର। କେବଳ କ୍ରିକେଟରେ ପୁରୁଷ ନୁହେଁ ମହିଳାମାନେ ମଧ୍ୟ ଯେମିତି ଆଗକୁ ଭଲ ଖେଳିବେ ସେଥିପ୍ରତି ଆମ ସମସ୍ତଙ୍କୁ ଦୃଷ୍ଟି ଦେବାକୁ ପଡ଼ିବ ବୋଲି ସଚିନ ଲେଖିଛନ୍ତି।
ଅଧିକ ପଢନ୍ତୁ: ଡବ୍ଲ୍ୟୁପିଏଲ ନିଲାମୀ ପରେ କିଏ ଘର କିଣିବ ତ କିଏ କରଜ ଶୁଝିବ
ଚଳିତବର୍ଷ ବିସିସିଆଇ ମହିଳା କ୍ରିକେଟ ପ୍ରିମିୟର ଲିଗ (ଡବ୍ଲ୍ୟୁପିଏଲ) ଅକ୍ସନରେ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା କରିଛି। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଖେଳାଳି ସ୍ମୃତି ମନ୍ଧାନା ସବୁଠାରୁ ଦାମୀ ଖେଳାଳି ଭାବେ କିଣାହୋଇଛନ୍ତି। ୩.୪ କୋଟିରେ ତାଙ୍କୁ ଆରସିବି କିଣିଛି। ଅନ୍ୟପକ୍ଷେ ଅଷ୍ଟ୍ରେଲିଆର ଆଶ ଗାର୍ଡନରଙ୍କୁ ୩.୨ କୋଟିରେ କିଣାଯାଇଛି।
ଏହି ଡବ୍ଲ୍ୟୁପିଏଲ ଲିଗ ମାର୍ଚ୍ଚ ୪ ତାରିଖରୁ ଡିଓ୍ବାଇ ପାଟିଲ ଷ୍ଟାଡିୟମରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ ଗୁଜରାଟ ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ। ୨୩ ଦିନ ମଧ୍ୟରେ ୨୦ଟି ଲିଗ ଏବଂ ୨ଟି ପ୍ଲେ ଅଫ ଲିଗକୁ ନେଇ ୨୩ ଦିନ ମଧ୍ୟରେ ମ୍ୟାଚ ହେବ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ