ଆହୁରି ପଢନ୍ତୁ ଓଡିଶା ଖବର...
ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ ଅଲୀ ଖାଁ ଓ କରୀନା କପୁର ଖାଁଙ୍କ ପରିବାରରେ ଖୁବ୍ଶୀଘ୍ର ଆଉ ଜଣେ କୁନି ଅତିଥି ଆସିବାକୁ ଯାଉଛି। ଅର୍ଥାତ୍ କରୀନା ପୁଣି ଥରେ ମା' ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏଭଳି ଖବର ପ୍ରଚାରିତ ହେଉଥିଲା କିନ୍ତୁ ବର୍ତ୍ତମାନ ସୈଫ ଅଲି ଖାନ ନିଜେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଯେ ଅନ୍ୟ ଜଣେ କୁନି ସଦସ୍ୟ ଶୀଘ୍ର ତାଙ୍କ ପରିବାରରେ ଯୋଗଦେବାକୁ ଯାଉଛନ୍ତି।
ବୁଧବାର ଝିଅ ସାରା ଅଲୀ ଖାଁ ଜନ୍ମଦିନ ଅବସରରେ କରୀନା ଗର୍ଭବତୀ ଥିବା ନେଇ ସୈଫ ଘୋଷଣା କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ପ୍ରଶଂସକ ସୈଫିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବରୁ ସୈଫିନାଙ୍କ ଏକ ପୁତ୍ର ସନ୍ତାନ ଅଛନ୍ତି। ତୈମୁର ଅଲୀ ଖାଁ ବେଶ୍ କ୍ୟୁଟ ନଜର ଆସୁଥିବା ବେଳେ ଘରେ ସମସ୍ତଙ୍କର ପ୍ରିୟ ଅଟନ୍ତି। ସବୁ ଷ୍ଟାରକିଡ୍ସଙ୍କ ମଧ୍ୟରୁ ସୋସିଆଲ ମିଡିଆରେ ତୈମୁର ଅଧିକ ଚର୍ଚ୍ଚାରେ ରହିଥାନ୍ତି।

ନୂଆଦିଲ୍ଲୀ: ଅଞ୍ଜଳୀଙ୍କ ହାତରେ ବିକ୍ରମଙ୍କ ନାମର ମେହେନ୍ଦୀ ଥିଲା। ଉଭୟଙ୍କ ବିବାହକୁ ମାତ୍ର ୧୭ ଦିନ ହେଇଥିଲା । ପରିବାରରେ ହର୍ଷଉଲ୍ଲାସର ମାହୋଲ ଥିଲା। ଠିକ୍ ଏହି ସମୟରେ ଅଞ୍ଜଳୀ ଏବଂ ବିକ୍ରମଙ୍କ ରୁମ୍ରୁ ଶୁଭିଲା ଚିତ୍କାର। ଏ ଭୟଙ୍କର ରଡି ଥିଲା ଅଞ୍ଜଳିଙ୍କର । ଚତ୍କାର ଶୁଣି ପରିବାର ଲୋକେ ଦୌଡିଲେ ନୂଆ ବିବାହିତ ଦମ୍ପତ୍ତିଙ୍କ ରୁମ୍ ଆଡେ। ସେଠି ପହଞ୍ଚି ପରବାର ଯାହା ଦେଖିଲେ ତାହା ଥିଲା ଏକ ଅସମ୍ଭବ ଘଟଣା। ବିକ୍ରମଙ୍କ ହାତ ରକ୍ତ ଯୁଡ଼ୁବୁଡୁ , ତଳେ ପଡିଛନ୍ତି ସ୍ତ୍ରୀ ଅଞ୍ଜଳି। ଯାହାଙ୍କ ନାମର ମେହେନ୍ଦୀ ଲାଗିଥିଲା ଅଞ୍ଜଳୀଙ୍କ ହାତରେ, ସେଇ ହାତ ଅଞ୍ଜଳୀଙ୍କ ହତ୍ୟାକାରୀ ସାଜିଛି।
ଏମିତି କଣ ହେଲା କେଜାଣି ଅମାନୁଶିକ ଭାବେ ୧୦ ଥର ଛୁରିରେ ଭୁଷି ହତ୍ୟାକଲା ସ୍ତ୍ରୀକୁ। ବିବାହର ମାତ୍ର ୧୭ ଦିନ ଆଉ ସ୍ୱାମୀର ଛୁରୀ ଚୋଟ ଥିଲା ୧୦ । ଏପରି ଛାତି ଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ। ୨୧ ମେ ୨୦୨୩ରେ ଅଞ୍ଜଳୀଙ୍କ ହାତ ଧରିଥିଲେ ବିକ୍ରମ। ସାତ ଜନ୍ମ ପାଇଁ ସାଥି ହୋଇ ବାଟ ଚାଲିବାକୁ ଶପଥ କରିଥିଲା ବିକ୍ରମ। କିନ୍ତୁ ୧୭ ଟା ଦିନ ନ ହେଉଣୁ ସ୍ତ୍ରୀକୁ ହତ୍ୟା କରି ସଇତାନ ସାଜିଲା ବିକ୍ରମ। ସୁରକ୍ଷା କବଚ ହୋଇଥିଲା ସ୍ୱାମୀ। କିନ୍ତୁ ସାଜିଲା ପିସାଚ। ଅଞ୍ଜଳୀ ଏବେ ଆରପାରିରେ, ହତ୍ୟାକାରୀ ସ୍ୱାମୀ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ।
ଅଧିକ ପଢନ୍ତୁ ଭାରତ ଖବର
