ଭିଜିଲାନ୍ସ ଦେଇଥିବା ରିପୋର୍ଟ ଓ ପ୍ରାଥମିକ ତଦନ୍ତ କରି ସିବିଆଇ ପାଇଥିବା ତଥ୍ୟକୁ ଆଧାର କରି ଇଣ୍ଡିଆନ ରେଭିନ୍ୟୁ ସର୍ଭିସ ଅଫିସର ସମୀରଙ୍କ ନାଁରେ ମାମଲା କରିଛି। ଭିଜିଲାନ୍ସ ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ସମୀର ଦୁର୍ନୀତି କରି ବିପୁଳ ପରିମାଣର ସମ୍ପତ୍ତି ହାତେଇଛନ୍ତି। ତେଣୁ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଛି ଓ ସମୀରଙ୍କ ଘରେ ରେଡ୍ କରିଛି। ୨୦୨୧ ମସିହା ଅକ୍ଟୋବର ମାସରେ ସମୀରଙ୍କ ନେତୃତ୍ୱାଧୀନ ଗୋଟିଏ ଟିମ ମୁମ୍ବାଇ ଇଣ୍ଟରନ୍ୟାଶନାଲ କ୍ରୁଜ ଟର୍ମିନାଲରେ ଥିବା କୋରଡେଲିଆ କ୍ରୁଜରେ ରେଡ କରିଥିଲେ। ଏହି ସମୟରେ ଆର୍ଯ୍ୟନ ଓ ଅନ୍ୟମାନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଥିଲେ। ପ୍ରାଥମିକ ଭାବେ ଡ୍ରଗ୍ସ ରଖିବା, ସେବନ କରିବା ଓ ଏହାର ଚାଲାଣ କରିବା ମାମଲା ରୁଜୁ ହୋଇଥିଲା।
ଅଧିକ ପଢନ୍ତୁ ଭାରତ ଖବର