ଏହି ଅବସରରେ ସେ ସନାତନ ଧର୍ମକୁ ଭାରତର ରାଷ୍ଟ୍ରୀୟ ଧର୍ମ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ନିଜସ୍ୱ ସ୍ୱାର୍ଥଠୁ ଉର୍ଦ୍ଧ୍ୱରେ ରହି ଆମେ ସନାତନ ଧର୍ମ ସହ ଜଡ଼ିତ। ଅଯୋଧ୍ୟାରେ ୫୦୦ ବର୍ଷ ପରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଯେଉଁ ଧର୍ମ ସ୍ଥଳୀ ଗୁଡ଼ିକୁ ଅପବିତ୍ର କରାଯାଛି, ସେଗୁଡ଼ିକୁ ପୁନଃସ୍ଥାପନର ଏକ ଅଭିଯାନ ଚାଲିଛି, ଏବଂ ଏହି ଅଭିଯାନ କ୍ରମରେ୫୦୦ ବର୍ଷ ପରେ ମୋଦିଙ୍କ ପ୍ରୟାସରେ ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ୟ୍ୟ ପୂରା ହେବାକୁ ଯାଉଛି। ଆଜି ଭାରତର ରାଷ୍ଟ୍ରୀୟ ମନ୍ଦିର ଭଗବାନ ରାମଙ୍କ ମନ୍ଦିର ରୂପେ ସ୍ଥାପିତ ହେବାକୁ ଯାଉଛି। ତେବେ ଏହାକୁ ଯୋଗୀ ଆଦିତ୍ୟନାଥ ଟ୍ୱିଟ ମଧ୍ୟ କରିଛନ୍ତି। ଯୋଗୀଙ୍କ ଏହି ବୟାନକୁ ନେଇ ସମସ୍ତେ ଭୂରି ଭୂରି ପ୍ରଶଂସା କରୁଛନ୍ତି। ଏହାସହ ଯୋଗୀଙ୍କ ସ୍ୱରରରେ ସ୍ୱର ମିଶାଇ ସମସ୍ତେ ଗୋଟିଏ କଥା ହିଁ କହୁଛନ୍ତି କି, ସନାତନ ଧର୍ମ ଭାରତୀ ରାଷ୍ଟ୍ରୀୟ ଧର୍ମ।
ରାଜନୀତି ଖବର ଆହୁରି ପଢନ୍ତୁ ।