ଟ୍ବେଣ୍ଟି-୨୦ ଫର୍ମାଟରେ ସୀମିତ ସୁଯୋଗ ଥିବାବେଳେ ଦିନିକିଆ କ୍ରିକେଟ୍ରେ ସଂଜୁ ଗତ ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେ ଗସ୍ତରେ ଭଲ ଖେଳିଥିଲେ। ଆୟର୍ଲାଣ୍ଡ୍ ବିପକ୍ଷରେ ଚଳିତ ବର୍ଷ ସେ ମଧ୍ୟ ପ୍ରଥମ ଟ୍ବେଣ୍ଟି-୨୦ ଅର୍ଦ୍ଧଶତକ ହାସଲ କରିଥିଲେ। କେବଳ ବିଶ୍ବକପ୍ ଦଳ ନୁହେଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ମଧ୍ୟ ତାଙ୍କୁ ଦଳରେ ସ୍ଥାନ ମିଳିନଥିବାରୁ ପ୍ରଶଂସକମାନେ ଖପ୍ପା ହୋଇଛନ୍ତି । ଦିନିକିଆରେ ସଂଜୁଙ୍କ ହାରାହାରି ୫୭.୫୦ ରହିଥିବା ବେଳେ ଟ୍ବେଣ୍ଟି-୨୦ରେ ୪୪.୭୫।
ଭାରତୀୟ ଦଳର ପୂବର୍ତନ ଅଧିନାୟକ ତଥା ବିଦାୟୀ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଛନ୍ତି ‘ଅଷ୍ଟ୍ରେଲିଆ ପରିବେଶରେ ଅନ୍ୟ କୌଣସି ଖେଳାଳିଙ୍କଠାରୁ ସଂଜୁ ସାମ୍ସନ୍ ଢେର ଉନ୍ନତ’। ତାଙ୍କ ନିକଟରେ ବହୁ ସଟ୍ ରହିଛି । ପେସ୍ ହେଉ କି ବାଉଁସ, କଟ୍ ପୁଲ୍ ମାରି ସେ ଅଷ୍ଟ୍ରେଲିଆରେ ମ୍ୟାଚ୍ ଜିତାଇବାର ଦକ୍ଷତା ରଖିଛନ୍ତି ବୋଲି ଶାସ୍ତ୍ରୀ କହିଥିଲେ । ସଂଜୁଙ୍କ ବ୍ୟାକ୍ଫୁଟ୍ ଖେଳକୁ ପ୍ରଶଂସା କରି ଜଣେ ପ୍ରଶଂସକ ଲେଖିଛନ୍ତି, ‘ସଂଜୁ ଚଳିତ ବର୍ଷ ଭାରତ ଖେଳିଥିବା ୨୬ ଟ୍ବେଣ୍ଟି-୨୦ରୁ ମାତ୍ର ୬ଟି ଖେଳିଛନ୍ତି, ୫ଟିରେ ବ୍ୟାଟିଂ କରି ୪୪.୭୫ ହାରରେ ୧୭୯ ରନ୍ ସଂଗ୍ରହ କରିଛନ୍ତି । ଅତି କମ୍ରେ ସେ ଷ୍ଟାଣ୍ଡବାଇରେ ବି ରହିବାର ଥିଲା’ । ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ‘୨୦୨୨ ଆଇପିଏଲ୍ରେ ଦୀନେଶ କାର୍ତ୍ତିକ ୧୦, ଋଷଭ ପନ୍ତ ୮, ସଂଜୁ ସାମସନ୍ ୩ କ୍ୟାଚ୍ ଡ୍ରପ୍ କରିଥିଲେ’।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।