ଅହମଦାବାଦ ସହରର କାଙ୍କରିଆ କାର୍ନିଭାଲ କରୋନା କାରଣରୁ ଦୁଇ ବର୍ଷ ବନ୍ଦ ରହିବା ପରେ ଏବର୍ଷ ପୁଣି ଥରେ ଆରମ୍ଭ ହୋଇଛି । ସନ୍ଧ୍ୟା ସମୟରେ ଦୁଇ ଜଣ ସେଠାରେ ସାଣ୍ଟା ବେଶରେ ପହଞ୍ଚିଥିଲେ । ସେମାନେ ସେଠାରେ ଉପସ୍ଥିତ ଥିବା ଲୋକ ମାନଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବ୍ରେନ ୱାସ କରୁଥିଲେ । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକ ମାନେ ତାଙ୍କୁ ଘେରି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକ ମାନେ କହିଥିଲେ ଯେ ସେମାନେ ସାଣ୍ଟା ବେଶରେ ଏଠାକୁ ଆସି ଲୋକ ମାନଙ୍କୁ ଧର୍ମାନ୍ତରିତ କରିବାକୁ ଚେଷ୍ଟା କରୁଛନ୍ତି । କେବଳ ସେତିକି ନୁହେଁ ସେମାନେ ଏଠାରେ ଖ୍ରିଷ୍ଟିଆନ ସାହିତ୍ୟ ବାଣ୍ଟୁଛନ୍ତି। ସେମାନଙ୍କ ହାତରେ ଖ୍ରୀଷ୍ଟିଆନ ମିଶନାରୀ ପୁସ୍ତକ ଥିଲା । କିଛି ସମୟ ମଧ୍ୟରେ ସେଠାରେ ହିନ୍ଦୁ ସଂଗଠନର ସଦସ୍ୟ ମାନେ ମଧ୍ୟ ସୂଚନା ପାଇ ପହଞ୍ଚି ଯାଇଥିଲେ ।
ଏହା ପରେ ସେଠାରେ ଉପସ୍ଥିତ ଥିଲା ଲୋକ ମାନେ ଏହି ସାଣ୍ଟା ବେଶରେ ଆସିଥିବା ଲୋକ ମାନଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ । ସେମାନେ ତାଙ୍କୁ କହିଥିଲେ ଯେ ଯଦି ତୁମର ଖ୍ରୀଷ୍ଟିଆନିଟିର ପ୍ରଚାର କରିବାର ଅଛି ତେବେ ଚର୍ଚ୍ଚକୁ ଯାଅ ଓ ସେଠାରେ ପ୍ରଚାର କର। ଲୋକ ମାନଙ୍କର କ୍ରୋଧ ଓ ଅସନ୍ତୋଷକୁ ଦେଖିବା ପରେ ଏହି ସାଣ୍ଟା ବେଶରେ ଆସିଥିବା ଲୋକ ମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ ।
ବିଶ୍ୱ ହିନ୍ଦୁ ପରିଷଦର ସ୍ଥାନୀୟ ପ୍ରବକ୍ତା ହିତେନ୍ଦ୍ର ସିଂହ ରାଜପୁତ କହିଛନ୍ତି ଯେ ଖ୍ରୀଷ୍ଟିଆନ ମିଶନାରୀ ମାନେ ଏଭଳି କାର୍ଯ୍ୟ ବାରମ୍ବାର କରିଥାନ୍ତି । ତେଣୁ ଏହି କାର୍ନିଭାଲରେ ମଧ୍ୟ ସେମାନେ ସାଣ୍ଟା ବେଶରେ ଆସି ଖ୍ରିଷ୍ଟିଆନିଟିର ପ୍ରଚାର କରୁଥିବାର ସୂଚନା ଆମେ ପାଇଥିଲୁ । ତେଣୁ ଏ ସମ୍ପର୍କରେ ସୂଚନା ପାଇବା ପରେ ସେମାନଙ୍କର ଧର୍ମାନ୍ତରୀକରଣର ପ୍ରୟାସକୁ ଆମେ ବିଫଳ କରି ଦେଇଛୁ ।
ଭାରତ ଖବର ଆହୁରି ପଢନ୍ତୁ