ବର୍ତ୍ତମାନ ପ୍ରଫେସର ପଣ୍ଡିତ ମହାରାଷ୍ଟ୍ରର ସାବିତ୍ରୀବାଇ ଫୁଲେ ବିଶ୍ୱବିଦ୍ୟାଳୟରେ କୁଳପତି ଭାବେ କାମ କରୁଛନ୍ତି। ୫୯ ବର୍ଷୀୟା ଶାନ୍ତଶ୍ରୀ ପଣ୍ଡିତ ଜେଏନ୍ୟୁର ପୂର୍ବତନ ଛାତ୍ରୀ।ଶାନ୍ତିଶ୍ରୀଙ୍କୁ କୁଳପତି ନିଯୁକ୍ତ କରିବା ପାଇଁ ରାଷ୍ଟ୍ରପତି ରାମନାଥ କୋବନ୍ଦଙ୍କ ଅନୁମତି ପରେ ଶିକ୍ଷା ମନ୍ତ୍ରାଳୟ ଜେଏନ୍ୟୁ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ଜଣାଇଛି ।
Prof Santishree Dhulipudi Pandit of Savitribai Phule Pune University, Maharashtra has been appointed as the Vice-Chancellor of Jawaharlal Nehru University, Delhi for a period of five years.
She is the first female Vice-Chancellor of #JNU. pic.twitter.com/2Bo1I5ZaWu — All India Radio News (@airnewsalerts) February 7, 2022
ଋଷିଆର ଏସ୍ଟି ପିଟର୍ସବର୍ଗରେ ୧୯୬୨ ଜୁଲାଇ ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ପଣ୍ଡିତ୍ ୧୯୮୮ରୁ ଶିକ୍ଷାଦାନ କରିଆସୁଛନ୍ତି। ସେହିପରି ୧୯୮୫ରୁ ସେ ରିସର୍ଚ୍ଚ ଫିଲ୍ଡରେ କାମ କରିଆସୁଛନ୍ତି। ଶ୍ରୀମତୀ ପଣ୍ଡିତ ଏକାଧିକ ବଡ଼ ବଡ଼ ସଂସ୍ଥାନର ସଦସ୍ୟ ରହିଛନ୍ତି।