ଅର୍ଗସ ବ୍ୟୁରୋ : ‘ଏ ୱତନ ମେରେ ୱତନ’ ଫିଲ୍ମରେ ନିଜର ଫାଷ୍ଟଲୁକ ଶେୟାର କରିଛନ୍ତି ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ । ଯେଉଁଥିରେ ସେ ଏକ ସ୍ବାଧିନତା ସଂଗ୍ରାମୀ ଭୂମିକାରେ ନଜର ଆସିଛନ୍ତି । ନିଜର ଏହି ଫୋଟୋକୁ ସେ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ସେ ତାଙ୍କର ଏହି ଫୋଟୋରେ କ୍ୟାପସନରେ ଲେଖିଛନ୍ତି,ଯେ ସେ ସ୍ବାଧିନତା ସଂଗ୍ରାମୀ ଏବଂ ସେମାନଙ୍କର ସଂଘର୍ଷ୍ କୁ ସମ୍ମାନ ଜଣାଉଛି । ଏପରି ଏକ ଚଳଚ୍ଚିତ୍ରରେ ଅଭିନୟ କରିଥିବାରୁ ସେ ଗର୍ବ ଅନୁଭବ କରନ୍ତି ।
ଏହି ଫିଲ୍ମରେ ସେ ଏକ ସ୍ବାଧିନତା ସଂଗ୍ରାମୀ ଭୂମିକାରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ କାନନ ଲାୟର ଅଟନ୍ତି । ଏହି ଚଳଚ୍ଚିତ୍ର ଏକ ପ୍ରକୃତ ଘଟଣା ଉପରେ ଆଧାରିତ । ସାରା ଲେଖିଛନ୍ତି ଯେ, ସେ କାନନ ଲାୟରଙ୍କ ସହ ଏହି ଫିଲ୍ମରେ କାମକରି ଖୁବ ଖୁସି ଅଛନ୍ତି । ଏହି ଚଳଚ୍ଚିତ୍ର ପାଇଁ ସେ କଠିନ ପରିଶ୍ରମ କରିଛନ୍ତି,ଆଶା ସମସ୍ତଙ୍କୁ ହୃଦୟ ନିଶ୍ଚିତ ଛୁଇଁବ ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।