ଏ ଦୁହିଁଙ୍କ ଯୋଡି ଦର୍ଶକ ବେସ୍ ପସନ୍ଦ ମଧ୍ୟ କରିଥିଲେ। ଏ ଫିଲ୍ମ ପରେ ସାରା ଆଉ କାର୍ତ୍ତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା। ୨୦୨୧ରେ କ୍ୟାଟ୍ରିନାଙ୍କ ବିବାହରେ ମଧ୍ୟ ଏକାଠି ନଜର ଆସିଥିଲେ ସାରା –କାର୍ତ୍ତିକ।
ଦୁହିଁଙ୍କ ଯୋଡି ସୁନ୍ଦର ଲାଗୁଛି ବୋଲି କ୍ୟାଟ୍ ମଧ୍ୟ କହିଥିଲେ। କିନ୍ତୁ ପରବର୍ତ୍ତି ସମୟରେ ଆଉ ସେମାନଙ୍କୁ ସାଥ୍ରେ ଦେଖିବାକୁ ମିଳିନଥିଲା। ପରସ୍ପର ଅଲଗା ହୋଇଥିବାର ସୁଚନା ମଧ୍ୟ ମିଳିଥିଲା। ଏହା ପରେ ସାରା କହିଥିଲେ କାର୍ତ୍ତିକ କବେ ବି ଜଣଙ୍କ ସହ ଖୁସିରେ ରହିପାରନ୍ତି ନାହି।
ତେବେ ଏହା ଏକ କାରଣ ଯୋଗୁ ସାରା ଅଲଗା ହୋଇଥିଲେ କାର୍ତ୍ତିକଠୁ । ଏବେ କିନ୍ତୁ ଫିଲ୍ମ କ୍ୟାରିୟର ପାଇଁ ଏକାଠି ହେବାକୁ ଯାଉଛନ୍ତି। ଏକାଠି କାମ କରିବା ପାଇଁ ଦୁହେଁ ସହମତି ପ୍ରକାଶ କରିଛନ୍ତି।