ହଡପ ହେଉଛି କ୍ଷତିଗ୍ରସ୍ତଙ୍କ ଅନୁଦାନ
ଅର୍ଗସ ବ୍ୟୁରୋ: ଫେବୃୟାରୀ ୨୮ରେ ଶ୍ରୀହରିକୋଟାର ମହାକାଶ କେନ୍ଦ୍ରରୁ ସତୀଶ ଧାଓ୍ୱନ ସାଟେଲାଇଟ ମହାକାଶକୁ ପ୍ରେରଣ କରାଯିବ । ପିଏସ.ଏଲ.ଭି-ସି-୫୧ ରକେଟ ଦ୍ୱାରା ମହାକାଶକୁ ପଠାଯାଉଥିବା ଏହି ନିଆରା ଉପଗ୍ରହରେ ଶ୍ରୀମଦ ଭଗବତ ଗୀତା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଏବଂ ୨୫ ହଜାର ଲୋକଙ୍କ ନାମ ରହିବ ।
ନାମ ମଧ୍ୟରେ ହଜାରେ ଲୋକ ବିଦେଶର ବୋଲି ଏହି ମହାକାଶ କାର୍ୟ୍ୟକ୍ରମର ଆୟୋଜକ ସ୍ପେସ କିଡଜ ଇଣ୍ଡିଆ ଦ୍ୱାରା କରାଯାଉଛି। ଏଭଳି ଏକ ନିଆରା କାର୍ଯ୍ୟକ୍ରମ ନେଇ ଟିମର ସମସ୍ତ ସଦସ୍ୟ ବେଶ ଉତ୍ସାହିତ ଥିବା ସ୍ପେସ କିଡଜ ଇଣ୍ଡିଆର ସଂସ୍ଥାପକ ତଥା ସିଇଓ ଡ.ଶ୍ରୀମାଥେ କିସାନ ସୂଚନା ଦେଇଛନ୍ତି। ଏହି ଉପଗ୍ରହର ୩ଟି ପେଲୋଡ ରହିଥିବା ସେ ପ୍ରକାଶ କରିଛନ୍ତି।