କର୍ଣ୍ଣାଟକ: କର୍ଣ୍ଣାଟକରେ ରାଜନୀତିରେ ନୂଆ ମୋଡ । ଆଉ ଏହି ରାଜନୀତି ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ ଥିବା ସୂଚନା ମିଳିଛି । କର୍ଣ୍ଣାଟକାରେ ଇସ୍ତଫା ଦେଇଥିବା ବିଧାୟକ ଆଜି ସଂଧ୍ୟା ୬ଟା ସୁଦ୍ଧା ବାଚସ୍ପତି ରମେଶ କୁମାରଙ୍କୁ ଭେଟିବେ ବୋଲି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ବାଚସ୍ପତିଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ବିଧାୟକମାନେ ସେମାନଙ୍କର ଇସ୍ତଫାର କାରଣ ଜଣାଇବାକୁ କହିଛନ୍ତି । ଅନ୍ୟପଟେ ବିଧାୟକଙ୍କ ଇସ୍ତଫା ମାମଲାରେ ଆଜି ହିଁ ନିଷ୍ପତି ନେବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତାକାଲି ଇସ୍ତଫା ପ୍ରସଙ୍ଗ ଉପରେ ଚୂଡାନ୍ତି ଶୁଣାଣି କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ବାଚସ୍ପତି ଜାଣିଶୁଣି ବିଧାୟକଙ୍କ ଇସ୍ତଫାକୁ ଅସାମ୍ବିଧାନିକ କହିବା ସହ ଗ୍ରହଣ କରୁନଥିବା ଅଭିଯୋଗ କରି ସୁପିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଦ୍ରୋହୀ ବିଧାୟକ ।
ସୂଚନାଯୋଗ୍ୟ, ଜେଡିଏସ ଏବଂ କଂଗ୍ରେସର ବିଧାୟକ ଇସ୍ତଫା ଦେଇ ମୁମ୍ବାଇ ପଳାଇ ଆସିଥିଲେ। ହେଲେ ବାଚସ୍ପତି ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରୁନଥିଲେ। ବାଚସ୍ପତି ଶାସକ ମେଣ୍ଟ ଦଳଙ୍କୁ ସହଯୋଗ କରୁଥିବା ଇସ୍ତଫା ଦେଇଥିବା ୧୦ ବିଧାୟକ ଅଭିଯୋଗ କରିଥିଲେ। ଏହାପରେ ସମ୍ପୃକ୍ତ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
