ନୂଆଦିଲ୍ଲୀ: ନିର୍ଭୟା ଗଣ ବଳାତ୍କାର ମାମଲାରେ ଚାରି ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ସିଂହ ଦ୍ୱାରା ମୃତ୍ୟୁ ଦଣ୍ଡାଦେଶ ଉପରେ ରିଭ୍ୟୁ ପିଟିସନ ଉପରେ ଆସନ୍ତା 17 ତାରିଖରେ ସୁପ୍ରିମକୋର୍ଟ ଶୁଣାଣି କରିବେ । ଅକ୍ଷୟ ସିଂହ ଏହି ପୁନର୍ବିଚାର ଯାଚିକା ମଙ୍ଗଳବାର ଦିନ ଦାଖଲ କରିଥିଲା ।
2012 ଡିସେମ୍ୱର 16 ତାରିଖରେ ହୋଇଥିବା ନିର୍ଭୟା କାଣ୍ଡର ଦୋଷୀଙ୍କୁ 2017 ମସିହାରେ ମୃତ୍ୟୁ ଦଣ୍ଡ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଯଥାର୍ଥ ଦର୍ଶାଇଥିଲେ । ଏହା ପୂର୍ବରୁ ହାଇକୋର୍ଟ ଚାରି ଦୋଷୀଙ୍କ ମୃତ୍ୟୁ ଦଣ୍ଡ ନେଇ ତଳ କୋର୍ଟର ରାୟକୁ ମୋହର ମାରିଥିଲେ । ସୁଚନାନୁଯାୟୀ ଦକ୍ଷିଣ ଦିଲ୍ଲୀରେ 16-17 ଡିସେମ୍ୱର, 2012 ରାତିରେ ଏକ ଚଳନ୍ତା ବସରେ ଅଛ ଜଣ ଜଣେ 23 ବର୍ଷିୟା ଛାତ୍ରୀଙ୍କ ସହ ଗଣ ବଳାତ୍କାର କରିବା ପରେ ଅତି ନିର୍ମମ ଭାବେ ରାସ୍ତା କଡରେ ଫିଙ୍ଗି ଚାଲି ଯାଇଥିଲେ । ପରେ 2012 ମସିହା ଡିସେମ୍ୱର 29 ତାରିଖରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ ପୀଡିତାର ମୃତ୍ୟୁ ହୋଇଥିଲା ।
ଏହି ପ୍ରକରଣରେ 33 ବର୍ଷିୟ ଅକ୍ଷୟ ସିଂହ ସହ ତିନି ଅନ୍ୟ ଦୋଷୀଙ୍କ ପୁନର୍ବିଚାର ଯାଚିକାକୁ କୋର୍ଟ ପୂର୍ବରୁ ଖାରଜ କରିସାରିଛନ୍ତି । ଅକ୍ଷୟ ନିଜର ଓକିଲ ଏ ପି ସିଂହଙ୍କ ମାଧ୍ୟମରେ ଦାଖଲ କରିଥିବା ପୁନର୍ବିଚାର ଯାଚିକାରେ ମୃତ୍ୟୁ ଦଣ୍ଡକୁ କାର୍ଯ୍ୟକାରୀ ବିରୋଧରେ ଯୁକ୍ତି ରଖିଥିଲା । ସର୍ବୋଚ୍ଚ ଅଦାଲତ ଗତ ବର୍ଷ ଜୁଲାଇ 9 ତାରିଖରେ ଏହି ବର୍ବରତାପୂର୍ଣ୍ଣ ଅପରାଧ ପାଇଁ ତିନି ଦୋଷୀ ମୁକେଶ, ପବନ ଗୁପ୍ତା, ଏବଂ ବିନୟ ଶର୍ମାଙ୍କ ପୁନର୍ବିଚାର ଯାଚିକାକୁ ଖାରଜ କରିଥିଲେ ।
