ଏଥିସହ ଚୁମ୍ବକୀୟ କ୍ଷେତ୍ରରେ ପ୍ରଭାବ ପୃଥିବୀ ଉପରେ ପଡିପାରେ ଓ ସିଗ୍ନାଲ ବନ୍ଦ ହାଇଯାଇପାରେ ବୋଲି ଅନ୍ତରୀକ୍ଷ ପାଣିପାଗ ବିଶେଷଜ୍ଞ ଡା. ତମିଥା ସ୍କୋଭ ପ୍ରକାଶ କରିଛନ୍ତି। ଏବେ ସୂର୍ଯ୍ୟ ଖୁବ୍ ସକ୍ରିୟ ରହୁଛି । ତେଣୁ ଚୁମ୍ବକୀୟ ଝଡ଼ ଆସିପାରେ। ଯାହାଙ୍କୁ ବୈଜ୍ଞାନିକଙ୍କ ଭାଷାରେ ଏମ୍ କ୍ଲାସ୍ ଓ ଏକ୍ସ କ୍ଲାସ୍ କୁହାଯାଏ। ଏହା ଆଗାମୀ ୮ ବର୍ଷ ଯାଏଁ ରହିପାରେ। ତେଣୁ ସୌର ଝଡ଼ ଆସିବାର ସମ୍ଭାବନା ରହିଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।

ଅର୍ଗସ ବ୍ୟୁରୋ: ମାଡ଼ି ଆସୁଛି ସୌର ଝଡ଼। ପୃଥିବୀ ପୃଷ୍ଟ ଆଡ଼କୁ ଆସୁଛି ଏକ ବିଶାଳ ଓ ଭୟଙ୍କର ସୌର ଝଡ଼। ଯାହା ବିଶ୍ୱର ସାଟେଲାଇଟ୍ ସିଷ୍ଟମକୁ ପ୍ରଭାବିତ କରିପାରେ। ନାସା ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି । ଘଣ୍ଟାକୁ ଲକ୍ଷାଧିକ କିଲୋମିଟର ଗତିରେ ଏହା ଆସୁଛି। ଏହା ସୂର୍ଯ୍ୟଙ୍କଠୁ ସାପ ଆକୃତିର ସୋଲାର ଫ୍ଲେୟାର ନେଇ ଆସୁଛି । ସୋଲାର ଫ୍ଲେୟାରରେ ଭରି ରହିଛି ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍ ରେଡିଏସନ୍ । ଏହାଫଳରେ ଉତ୍ତାପ ବଢ଼ିବ। ପୃଥିବୀ ପୃଷ୍ଠରେ ଉତ୍ତାପର ପ୍ରଭାବ ପଡ଼ିବନି, ହେଲେ ରେଡିଏସନ୍ର ପ୍ରଭାବ ପଡ଼ିବ।ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ଏହା ମାଗନେଟିକ୍ ଫିଲ୍ଡକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି। ବିଶେଷ ଭାବେ ସାଟେଲାଇଟ୍ ନେଟୱର୍କ, ଜିପିଏସ୍ ସିଷ୍ଟମ୍, ସାଟେଲାଇଟ୍ ଟିଭି ଏବଂ ରେଡିଓ ଚଳାଚଳ ଉପରେ ଏହାର ପ୍ରଭାବ ପଡ଼ିବ।

