ଚନ୍ଦ୍ରରେ ଜନବସତି ସ୍ଥାପନ କରିବା ଲାଗି ବୈଜ୍ଞାନିକମାନେ ଅନେକ ଗବେଷଣା ଜାରି ରଖିଥିବାବେଳେ ଏକ୍ଷେତ୍ରରେ ଅମେରିକା ଫ୍ଲୋରିଡା ୟୁନିଭର୍ସିଟିର ବୈଜ୍ଞାନିକଙ୍କୁ ମିଳିଛି ଐତିହାସିକ ସଫଳତା। କିଛି ଦିନ ତଳେ ନାସାର ଆପୋଲୋ ଅଭିଯାନରେ ୬ ମହାକାଶ ଯାତ୍ରୀ ଚନ୍ଦ୍ରପୃଷ୍ଠ ରୁ ଏହି ମାଟି ଆଣି ଆସିଥିଲେ ।
କମ୍ୟୁନିକେସନ୍ସ ବାୟୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ ବୈଜ୍ଞାନିକମାନେ କହିଛନ୍ତି , କେବଳ ପୃଥିବୀ ନୁହେଁ ମହାକାଶରୁ ଆସିଥିବା ମାଟିରେ ମଧ୍ୟ ଉଠି ପାରିବ ଚାରା। ବୈଜ୍ଞାନିକମାନେ ଏହି ଅଧ୍ୟୟନରେ ଚନ୍ଦ୍ରର ମାଟିରେ ସୃଷ୍ଟି ହୋଇଥିବା ଚାରାର ଜୈବିକ ପ୍ରତିକ୍ରିୟାର ଯାଞ୍ଚ କରିଥିଲେ। ଚନ୍ଦ୍ରରେ ଫସଲ ଚାଷ ଏବଂ ଅମ୍ଲଜାନ ଉତ୍ପାଦନ ଦିଗରେ ଏହାକୁ ପ୍ରଥମ ପଦକ୍ଷେପ କୁହାଯାଉଛି।
ଆହୁରି ଅଧିକ ବିଦେଶ ଖବର ପଢନ୍ତୁ...