ଏହା ପରେ ଆଜି ନୂଆଦିଲ୍ଲୀ ଠାରେ ଥିବା ବ୍ରିଟେନର ହାଇକମିଶନ ଓ ହାଇକମିଶନଙ୍କ ସରକାରୀ ବାସଗୃହ ସମ୍ମୁଖରୁ ସୁରକ୍ଷା କମ କରି ନେଇଥିଲା । ନୂଆଦିଲ୍ଲୀ ସ୍ଥିତ ବ୍ରିଟେନର ହାଇକମିଶନ ଓ ହାଇକମିଶନରଙ୍କ ଘର ସମ୍ମୁଖରେ ଥିବା ବ୍ୟାରିକେଡକୁ ହଟାଇବା ସହ ସୁରକ୍ଷା ମଧ୍ୟ କମ କରି ଦିଆଯାଇଛି । ବାରିକେଟ ଗୁଡିକ ସୁରକ୍ଷା ବ୍ୟବସ୍ଥାର ପ୍ରଥମ ଘେରା ବୋଲି ମନେ କରାଯାଇଥାଏ । ସେଠାରେ ଥିବା ପୋଲିସ ବଙ୍କରକୁ ମଧ୍ୟ ହଟାଇ ଦିଆଯାଇଛି । ସେହିପରି ସେଠାରେ ରହୁଥିବା ପୋଲିସ ଭ୍ୟାନକୁ ମଧ୍ୟ ହଟାଇ ନିଆଯାଇଥିବା ଦେଖିବାକୁ ମିଳିଛି । ତେବେ ଅଧିକାରୀ ମାନେ କହିଛନ୍ତି ଯେ କୌଣସି ପ୍ରକାର ସୁରକ୍ଷା କମ କରାଯାଇ ନାହିଁ । ତେବେ ପରିବହନ ଦୃଷ୍ଟିରୁ କିଛି ଅସୁବିଧା ଦେଖା ଦେଇଥିବାରୁ ବ୍ୟାରିକେଡକୁ ହଟା ଯାଇଥିବା କୁହା ଯାଇଛି ।
ଏହି ବାରିକେ଼ଡସ ହଟାଇବାକୁ ବ୍ରିଟେନରେ ଭାରତୀୟ ହାଇକମିଶନ ସାମନାରେ ବିରୋଧ ପ୍ରଦର୍ଶନ ସମୟରେ ଲଣ୍ଡନ ପୋଲିସ ସେଠାରେ ସୁରକ୍ଷା ଦେଉ ନ ଥିବାର ପ୍ରତିବାଦରେ ଏପରି ସାଙ୍କେତିକ ଭାବେ କରାଯାଇଥିବା ଅନୁମାନ କରାଯାଉଛି । ତେବେ ଭାରତ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ବ୍ରିଟିଶ ହାଇକମିଶନର ସୁରକ୍ଷାକୁ ସାଂକେତିକ ଭାବେ କମ କରିବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ କାର୍ଯାଳୟ ସାମନାରେ ବ୍ରିଟେନ ସରକାର ଦ୍ୱାରା ସୁରକ୍ଷା ବଢାଇ ଦିଆଯାଇଥିବା ଦେଖିବାକୁ ମିଳିଛି ।
ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଲଣ୍ଡନ ସ୍ଥିତ ଭାରତୀୟ ହାଇକମିଶନ କାର୍ଯାଳୟ ସାମନାରେ ଲଣ୍ଡନ ପୋଲିସର ଅତିରିକ୍ତ ଫୋର୍ସ ମୁତୟନ କରାଯିବା ସହ ବାରିକେଡିଂ କରାଯାଇଛି । ଭାରତ ଦ୍ୱାରା ଯେସାକୁ ତେସା ନୀତି କରିବା ପରେ ଲଣ୍ଡନ ପୋଲିସର ଚେତା ପଶିଛି ଓ ସେ ଭାରତୀୟ ହାଇକମିଶନ କାର୍ଯ୍ୟାଳୟର ସୁରକ୍ଷା ବଢାଇଥିବା ରିପୋର୍ଟରେ କୁହାଯାଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର: