ଅଧିକ ପଢନ୍ତୁ ଭାରତ ଖବର
ଗୀତର ଆରମ୍ଭରୁ ଶୁଣିବାକୁ ମିଳୁଛି, ‘ସୀମା ନେ କରଦିଆ ସରହଦ୍ ପାର୍, ଇସେ କେହେତେ ହେଁ ସଚ୍ଚା ପ୍ୟାର୍, ଚାରୋଁ ତରଫ ମଚା ହାହାକାର୍, ଇସେ କେହେତେ ହେଁ ସଚ୍ଚା ପ୍ୟାର୍’ । ଆପଣ ଜାଣିଛନ୍ତି ଯେ ସୀମାଙ୍କୁ ନେଇ ଏକ ସିନେମା ବି ବନିବାକୁ ଯାଉଛି । ଯାହାର ନାମ ହେଉଛି ‘କରାଚି ଟୁ ନୋଇଡ଼ା’ ।
ନିକଟରେ ଶୁଣିବାକୁ ମିଳୁଥିଲା ଯେ ସୀମା ହାଇଦରଙ୍କୁ ଏଥର ‘ବିଗ୍ବସ୍’ରେ ଦେଖିବାକୁ ମିଳିବ । ଅନେକ ଗଣମାଧ୍ୟମ ସଂସ୍ଥା ‘ବିଗ୍ବସ୍’ ପ୍ରତିଯୋଗୀ ଭାବେ ସୀମା ହାଇଦରଙ୍କ ନାମ ନେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । କେବଳ ସେତିକି ନୁହେଁ, ପାକିସ୍ତାନରୁ ଭାରତ ଆସିବା ପରଠାରୁ ସୀମା ସମସ୍ତ ଭାରତୀୟ ଉତ୍ସବରେ ବେଶ୍ ନଜର ଆସିଛନ୍ତି । ଭାରତୀୟ ପ୍ରେମିକଙ୍କ ପାଇଁ ସୀମା ପାର କରିଥିବା ପାକିସ୍ତାନୀ ମହିଳା ସୀମା ହାଇଦର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ଶୀର୍ଷ ନେତାମାନଙ୍କୁ ରାକ୍ଷୀ ପଠାଇଥିଲେ ।