ସେଙ୍ଗୋଲ ହେଉଛି ଭାରତର ସ୍ବାଧିନତା ସମୟରେ ଏକ ପ୍ରତ୍ୟେକ୍ଷ ସାକ୍ଷୀ. ୧୯୪୭ ମସିହା ଅଗଷ୍ଟ ୧୪ ରାତିରେ ଯେତେବେଳେ ବ୍ରିଟିଶ ଭାରତ ହାତକୁ ତାର କ୍ଷମତା ପ୍ରଦାନ କରିଥିଲା, ସେତେବେଳେ ଏହି ସେଙ୍ଗୋଲକୁ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କୁ ହସ୍ତାନ୍ତର କରାଯାଇଥିଲା. ତାମିଲନାଡୁର ଥିରୁବଦୁଥୁରାଇ ଅଧିନମ ମାନଙ୍କ ଦ୍ବାରା ନେହେରୁଙ୍କୁ ପ୍ରଦାନ କରାଯାଇଥିଲା. ଯାହା ସେହି ସମୟରେ ଏକ ସ୍ବତନ୍ତ୍ର ଉତ୍ସବ ରୂପେ ପାଳନ କରାଯାଇଥିଲା.
ସେଙ୍ଗୋଲ ତାମିଲ ଶବ୍ଦ 'ସେମ୍ମାଇ'ରୁ ଆସିଛି. ଯାହାର ଅର୍ଥ 'ନୀତିପରାୟଣତା' ବା ଧର୍ମ . ଯିଏ ଲୋକମାନଙ୍କର ନିରପେକ୍ଷ ସେବା କରିବାକୁ ନିଷ୍ପତ୍ତି ନେଇଥାନ୍ତି .
ତାମିଲର ଚୋଳ ରାଜବଂଶୀମାନେ ଏହି ସେଙ୍ଗୋଲ ବା ରାଜଦଣ୍ଡ ବ୍ୟବହାର କରୁଥିଲେ . ପିଢି ପରେ ପିଢିରେ ହେଉଥିବା ରାଜାମାନେ ଏହି ରାଜଦଣ୍ଡ ବ୍ୟବହାର କରୁଥିଲେ.
ଏହି ସେଙ୍ଗୋଲକୁ ତିଆରି କରିବା ପାଇଁ ଶେଷ ଭାଇସରାୟ ଲର୍ଡ ମାଉଣ୍ଟ ବ୍ୟାଟେନଙ୍କ ଅନୁରୋଧ କ୍ରମେ ନେହେରୁ ରାଜଗୋପାଲଚାରୀଙ୍କ (ରାଜାଜୀ) ପରାମର୍ଶ ଲୋଡିଥିଲେ. ତାମିଲନାଡୁ ତାଞ୍ଜୋର ଜିଲ୍ଲାର ଧାର୍ମିକ ମଠ ଥିରୁବଦୁଥୁରାଇ ଅଧିନମମାନେ ଏହି ସେଙ୍ଗୋଲ ତିଆରି କରିବାର ଦାୟିତ୍ବ ନେଇଥିଲେ. ଏବଂ ଏହାକୁ ତିଆରି କରିଥିଲେ ଚେନ୍ନାଇର ଭୁମିଦି ବେଙ୍ଗାରୁ ଚେଟ୍ଟି. ସେହି ବଂଶର ଭୁମିଦି ଏଥିରାଜୁଲୁ ଏବଂ ଭୁମିଦି ସୁଧାକର ଏବେବି ଜୀବିତ.
ଏହି ସେଙ୍ଗୋଲର ଲମ୍ବ ୫ ଫୁଟ. ଏହାର ସମ୍ମୁଖରେ ନନ୍ଦୀ ଷଣ୍ଢଙ୍କ ଚିତ୍ର ରହିଛି. ଯାହା ଶକ୍ତି ସାମର୍ଥ୍ୟ ଏବଂ ସତ୍ୟର ପ୍ରତୀକ.
ତେବେ ଦେଶ ସ୍ବାଧିନ ହେବା ସମୟରେ ଏହାର ମହତ୍ତ୍ବ ବେଶ ଅଧିକ ଥିଲା. ଖୁବ ଧୁମଧାମରେ ଏହି ସେଙ୍ଗୋଲକୁ ନେହେରୁଙ୍କୁ ପ୍ରଦାନ କରାଯାଇଥିଲା. ଅମିତ ଶାହ କହିଛନ୍ତି ପୁଣିଥରେ ସେହି ସମାରୋହର ପୁନରାବୃତ୍ତି କରାଯିବ. ଏବଂ ଏହାକୁ ତାମିଲନାଡୁରୁ ଆସିଥିବା ଅଧିନମ ମାନେ ଏହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହସ୍ତାନ୍ତର କରିବେ. ଏବଂ ପ୍ରଧାନମନ୍ତ୍ରୀ ମୋଦି ଏହାକୁ କ୍ଷମତାର ପ୍ରତୀକ ଭାବେ ନୂଆ ସଂସଦରେ ସ୍ଥାପନ କରିବେ.