ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ବା PTIର ହିନ୍ଦି ସମାଚାର ଏଜେନ୍ସି ‘ଭାଷା’ର ସମ୍ପାଦକ ଥିଲେ ବୈଦିକ୍। ସାମ୍ବାଦିକ ଜୀବନର ଅୟମାରମ୍ଭ ବେଳେ ସେ ଟାଇମ୍ସ ଗ୍ରୁପ୍ ସହ ଜଡିତ ଥିଲେ। ନବଭାରତ ଟାଇମ୍ସର ସମ୍ପାଦକ, ଭାରତୀୟ ଭାଷା ସମ୍ମେଳନର ଶେଷତମ ଅଧ୍ୟକ୍ଷ ଭାବେ ତାଙ୍କ ଦାୟିତ୍ବ ଥିଲା ଅତ୍ୟନ୍ତ ଗାରୀମାମୟ। ତାଙ୍କ ନିକଟ ସମ୍ପର୍କୀୟମାନେ କହିଛନ୍ତି, ଆଜି ସକାଳେ ନିଜ ଘରେ ଗାଧୁଆ ଘର ପଡିଯିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଯେଉଁଠି ତାଙ୍କୁ ମୃତ ଘୋଷଣା କରାଗଲା। ଦିବଂଗତ ଶ୍ରୀ ବୈଦିକଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି।
ଶ୍ରୀ ବୈଦିକ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲା। ୧୯୪୪ ମସିହା ଡିସେମ୍ବର ୩୦ରେ ଜନ୍ମ ହୋଇଥିବା ଏ ବ୍ୟକ୍ତି ଜୀବନ ତମାମ ସାହିତ୍ୟ, ସଂସ୍କୃତି ଓ ସାମ୍ବାଦିକତାର ବିକାଶ ପାଇଁ ସମର୍ପିତ ଥିଲେ। ଖାଲି ଭାରତୀୟ ଭାଷା ନୁହେଁ। ସେ ଏକାଧାରାରେ ଋଷ୍, ଜର୍ମାନ ଓ ଫରାଶୀ ଭାଷାର ବିଦ୍ବାନ ଥିଲେ।