ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର କଠୋର ପଦକ୍ଷେପ ଓ ଅଶୋଧିତ ତୈଳଦର ହ୍ରାସ ଯୋଗୁଁ ଦରଦାମ ହ୍ରାସ ପାଇଛି । ଯଦି ଦରଦରାମ ବୃଦ୍ଧିରେ ଏହିଭଳି ହ୍ରାସ ଜାରି ରହେ ତେବେ ଆଗକୁ ସୁଧହାର ବୃଦ୍ଧିରେ ଲାଗିପାରେ ବ୍ରେକ । ଏହାସହ ରେପୋରେଟ୍ ବୃଦ୍ଧିରେ ମଧ୍ୟ ହ୍ରାସ ହୋଇପାରେ ।
ସବୁଠୁ ବଡ କଥା ହେଲା, ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇର ଟୋଲରେସ୍ ବ୍ୟାଣ୍ଡର ଉପର ଲେଭଲ ୬ ପ୍ରତିଶତରୁ ତଳକୁ ଖସି ଆସିଛି । ଆରବିଆଇ ଟୋଲରେସ୍ ବ୍ୟାଣ୍ଡ ୨ରୁ ୬ ପ୍ରତିଶତ ମଧ୍ୟରେ ସ୍ଥିର କରିଥାଏ । କିନ୍ତୁ ସବୁବେଳେ ମୁଦ୍ରାସ୍ଫୀତି ଯୋଗୁଁ ଏହା ଟୋଲରେସ୍ ଉପରେ ରହୁଥିଲା । ଏହିବର୍ଷ ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ୭.୭୯ ପ୍ରତିଶତ ରହିଥିଲା । ଏହାପରେ ପଞ୍ଚମ ଥର ପାଇଁ ମନିଟରିଂ ପଲିସି ବୈଠକ ପରେ ଆରବିଆଇ ଦରବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବାକୁ ରେପୋରେଟ୍ ବଢାଇଥିଲା ।
ଭାରତ ଖବର ଆହୁରି ପଢ଼ନ୍ତୁ ।