
ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଜଷ୍ଟିସ ଗୋଗେଇଙ୍କର ପୂର୍ବତନ ଜୁନିୟର ଆସିଷ୍ଟାଣ୍ଟ ମହିଳା କର୍ମଚାରୀ ।
A hearing of the Supreme Court is underway following online media reports of sexual harassment complaint made by a former junior assistant of Chief Justice of India Ranjan Gogoi, against him. (file pic). pic.twitter.com/bJjtndlGbR
— ANI (@ANI) April 20, 2019
ଅଧସ୍ତନ ମହିଳା କର୍ମଚାରୀଙ୍କୁ ସେ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏନେଇ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି ।
CJI on sexual harassment allegations against him says independence of judiciary is under very very serious threat and there is a “larger conspiracy” to destabilise the judiciary. He says there is some bigger force behind the woman who made sexual harassment charges. https://t.co/tc05vQcBZK
— ANI (@ANI) April 20, 2019
ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜଷ୍ଟିସ ରଞ୍ଜନ ଗୋଗେଇ । ସେ କହିଛନ୍ତି ଯେ, ଏଥିରେ କୌଣସି ସତ୍ୟତା ନାହିଁ । ଏହା ତାଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର । ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଏହା ବିପଦ । ଅଭିଯୋଗ ଆଣିଥିବା ମହିଳାଙ୍କ ପଛରେ କୌଣସି ବଡ ଶକ୍ତି କାମ କରୁଥିବା ଜଷ୍ଟିସ ଗୋଗେଇ ଅଭିଯୋଗ କହିଛନ୍ତି ।
Story Edited BY Ramesh Ch.Parida
