ମୁମ୍ବାଇର ହାଇପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ଏନସିବି ହେପାଜତରେ ଥିଲେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୩ ଜଣ । ଏହି ଘଟଣା ପରେ ସଲମାନ ଖାନ ତାଙ୍କୁ ଭେଟିବା ପାଇଁ ଯାଇଥିଲେ ବୋଲି ଜଣାପଡିଛି ।
ସୂଚନାନୁସାରେ, ସୌଖୀନ ‘କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସ୍ ଭାସୁଥିଲା ମୁମ୍ବାଇ ସମୁଦ୍ରରେ । ଆଉ ଡ୍ରଗ୍ସ ପାର୍ଟିରେ ସାମିଲଥିଲେ ହାଇପ୍ରୋଫାଇଲ ସେଲେବ୍ରିଟିଙ୍କ ପୁଅ-ଝିଅ ।
ସେପଟେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆର୍ୟାନ ଖାନଙ୍କ ପିତା ଶାହରୁଖଙ୍କ ଏକ ପୁରୁଣା ଭିଡିଓ । ଯେଉଁଥିରେ ତାଙ୍କ ପୁଅଙ୍କୁ ନେଇ ଅନେକ କଥା କହିଛନ୍ତି ଶାହରୁଖ । ଭିଡିଓଟିକୁ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରଦାର ସେୟାର କରାଯାଉଛି । ଅନ୍ୟପଟେ ଆର୍ୟାନଙ୍କ ଗିରଫକୁ ନେଇ ତାଙ୍କ ସମର୍ଥନରେ ବାହାରି ପଡିଛନ୍ତି ବଲିଉଡର କିଛି କଳାକାର ।