ଡିଏଭି ସ୍କୁଲରୁ ନିଜ ପାଠ ପଢା ଆରମ୍ଭ କରିଥିଲେ ଭଗତ ସିଂ । ପିଲା ବେଳୁ ସେ ବେଶ ଚାଲାକ ଓ ବିଚକ୍ଷଣ ଥିଲେ । ପାଠ ପଢା ପ୍ରତି ତାଙ୍କର ବେଶ ଆଗ୍ରହ ଥିଲା । ସ୍କୁଲ ସମୟରେ ୫୦ରୁ ଅଧିକ ବହି ପଢିସାରିଥିଲେ ଭଗତ ସିଂ ।ଭଗତ ସିଂଙ୍କ ବୀର ଗାଥାକୁ ମନେ ପକାଇଲେ ଆଜି ବି ପ୍ରତିଟି ଭାରତୀୟଙ୍କ ଲୋମ ଟାଙ୍କୁରି ଉଠେ ।ନିଜ ଆଖିରେ ସେ ଦେଖିଥିଲେ ୧୯୧୯ ମସିହା ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ସେହି ଭୟଙ୍କର ଦୃଶ୍ୟ ।
କୁହାଯାଏ ଭଗତ ସିଂ ୪୦ କିଲୋମିଟର ପାଦରେ ଚାଲି ନିଜ ଦେଶବାସୀଙ୍କ ରକ୍ତ ଭିଜା ମାଟିକୁ ଦେଖିବାକୁ ଜାଲିଆନାୱାଲା ବାଗରେ ପହଞ୍ଚିଥିଲେ ।ସେତେବେଳେ ଭଗତ ସିଂଙ୍କ ନାଁ ଶୁଣିଲେ ଭୟଭୀତ ହୋଇପଡୁଥିଲେ ଇଂରେଜ । ତେଣୁ ଭଗତ ସିଂଙ୍କୁ ରାସ୍ତାରୁ ହଟାଇବାକୁ ତାଙ୍କୁ ଇଂରେଜମାନେ ବନ୍ଦୀ କରିଦେଇଥିଲେ ।୨୪ ମାର୍ଚ୍ଚ ୧୯୩୧ ମସିହାରେ ଭଗତ ସିଂଙ୍କୁ ଫାଶୀ ଦେବାକୁ ନିଷ୍ପତ୍ତି ହୋଇଥିଲା ହେଲେ ଜନ ଆନ୍ଦୋଳନକୁ ଆଖିଆଗରେ ରଖି ଭଗତ ସିଂ, ସୁଖ ଦେବ ଓ ରାଜଗୁରୁଙ୍କୁ ମାର୍ଚ୍ଚ ୨୩ ତାରିଖରେ ଫାଶି ଦିଆଯାଇଥିଲା ।
ଭାରତ ଖବର ଆହୁରି ପଢ଼ନ୍ତୁ ।