ଭଲ ବନ୍ଦ ବୁଝିବା ପାଇଁ ଏବେ NCB କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ପରିବାର ଲୋକ। ଖାସ୍ କରି ବୁଝୁନି ମା’ର ମନ। ଅଟକ ରହିଥିବା କିଛି ପିଲାଙ୍କ ମା’ ଛାତିରେ ଯନ୍ତ୍ରଣାକୁ ଚାପି ଧରି, ହାତରେ ବରଗର ,ଡ୍ରେସ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଧରି ପହଞ୍ଚିଛନ୍ତି।
ଆଶା ନିଜ ଛୁଆକୁ ଟିକେ ଦେଖିବେ। ହାତରେ ଆଣିଥିବା ଖାଇବା ଖୋଇଦେଇ ଯିବେ।
ଏହା ଗୋଟିଏ ସାଧାରଣ କଥା। ବଡ଼ ହେଉ କି ଛୋଟ, ପିଲାଟିଏକୁ ଦୁଃଖକଷ୍ଟରେ ବଡ଼ କରିଥିବା ମା’ ବାପା ହିଁ ଜାଣନ୍ତି ତା ପାଇଁ ସେମାନଙ୍କ ମନ କେତେ କାନ୍ଦେ। କିନ୍ତୁ ସତକଥା ଏହା ଯେ, ଯଦି ପିଲାଟିକୁ ସେମାନେ ଭଲ ଶିକ୍ଷା ଦେଇଥାନ୍ତେ ତା ହେଲେ ଆଜି ଏଭଳି ପରିସ୍ଥିତି ଭୋଗିବାକୁ ପଡି ନ ଥାନ୍ତା।
ସୂଚନାଯୋଗ୍ୟ, ମୁମ୍ବାଇ ପୁଲିସ କ୍ରୁଜ ଡ୍ରଗ୍ସ ମାମଲାରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଡିଜି ସିପିଂ, ବିପିଟିରୁ ମୁମ୍ବାଇ ପୁଲିସ ତଥ୍ୟ ସଂଗ୍ରହ କରୁଛି। ଏହା ସହିତ,କୋଭିଡ ବେଳେ ଏତେ ବଡ଼ ପାର୍ଟିରେ କରୋନା ନିୟମ ଉଲ୍ଲଙ୍ଘନ ହୋଇଥିବା ନେଇ ମଧ୍ୟ, ଯାଂଚ କରାଯିବ ବୋଲି କହିଛି ପୁଲିସ୍ ।
ତେବେ ଏହି ଡ୍ରଗ୍ସ ମାମଲାରେ ବର୍ତ୍ତମାନ ଯାଏଁ ମୋଟ ୧୧ ଜଣଙ୍କୁ ଗିରଫ କରିଛି ଏନସିବି । ଏହି ୧୧ ଜଣଙ୍କ ମଧ୍ୟରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ମଧ୍ୟ ଅଛନ୍ତି । ସେ ଏବେ ଏନସସିବି କଷ୍ଟଡିରେ ଅଛନ୍ତି ।