ହଁ ଆଜ୍ଞା, ଆଜି କାଲିକା ସମାଜରେ କିଛି ବି ହୋଇପାରେ। ଆପଣଙ୍କ ସମ୍ମୁଖ ଦୃଶ୍ୟରେ ଏକ ସୁନ୍ଦର ଯୋଡି ଅଛନ୍ତି। ଯାହା ବୁଝାଇବାକୁ ଯଥେଷ୍ଟ ଯେ, ଏମାନେ ସମ୍ପର୍କରେ ପ୍ରେମିକା-ପ୍ରେମିକ। କିନ୍ତୁ ଦର୍ଶକବନ୍ଧୁ ଏ ନାୟିକା ଜଣକ ଗୋଟିଏ ବିଶାକ୍ତ ନାଗୁଣୀ। ଯିଏ ନିଜଠୁ ଅଧିକ ଭଲପାଉଥିବା ଗୋଟେ ପିଲାକୁ ଜୀବନରୁ ମାରିଦେଇଛି।
ଆଉ ମରଣ ଏମିତି ଦେଇଛି, ମଲାଯାଏଁ ତା ପ୍ରେମିକ ବୁଝିଲାନି। ଯାହାକୁ ସେ ଶ୍ରଦ୍ଧାରେ ଚୁମ୍ବନ ଦେଉଛି, ସେ ତାକୁ ପ୍ରତି ଚୁମ୍ବନରେ ବିଷ ଦଂଶନ କରୁଛି।
ଘଟଣା କେରଳା ରାଜ୍ୟ ତିରୁବନନ୍ତପୁରମରର। ଏ କାହାଣୀର ନାୟକ ହେଉଛନ୍ତି ୨୪ ବର୍ଷର ଯବାନ ସୌରାନ୍ ରାଜ। ଆଉ ଏ ବିଷାକ୍ତ ପ୍ରେମ କାହାଣୀର ନାୟିକା ଗୁସ୍ମା। ପାଠ ପଢାରେ ଭାରି ଆଗୁଆ ଥିବା ଝିଅଟିଏ। ୟୁନିଭରସିଟିର ଇଂଲିଶ ଟପ୍ପର। ଆଉ ଏବେ ସେ କୁଆଡେ ଡବଲ ଏମଏ କରୁଛନ୍ତି। ବଢିଲା ଝିଅ, ବଢିଲା ନଈ ପରି। ବାହାଘର ପ୍ରସ୍ତାବ ପଡେ। ଯାତକ ସୁଝାଇବା ଆରମ୍ଭ ହୁଏ। ହେଲେ ପରିବାର ଲୋକେ ଚମକି ପଡନ୍ତି। ଯେତେବେଳେ ଜଣେ ଜ୍ୟେତିଷ କୁହନ୍ତି,ଏ ଝିଅକୁ ଯିଏ ବାହାହେବ ସିଏ ମରିଯିବ।
ଏପଟେ ଗୁସ୍ମା ପ୍ରେମରେ ପଡିଥାନ୍ତି ସୌରାନଙ୍କ ସହ। କଥା ଗୁସ୍ମାଙ୍କ କାନରେ ବାଜିବା ପରେ ସେ ଉପାୟ ଚିନ୍ତା କରନ୍ତି। ବାହା ନ ହେଲେ ନାଇଁ ସୌରାନଙ୍କୁ ଜୀବନରୁ ମାରିଦେବି। ବାସ୍ ତା ପରେ ମୋ ଜୀବନ ସାଟେଲ୍ ହେଇଯିବ। ମୁଁ ଆଉ ଜଣଙ୍କୁ ବାହା ହେବି।
କି ବିଚିତ୍ର ଆଉ ବର୍ବର କଥା ଥରେ ଚିନ୍ତା କରନ୍ତୁ। ଗୁସ୍ମା ବୟଫ୍ରେଣ୍ଡକୁ ମାରିବାକୁ ସ୍ଲୋ ପଏଜନ ବ୍ୟବହାର କରନ୍ତି, ସମସ୍ତଙ୍କ ଅଜାଣତରେ। ଯେତେଥର ଉଭୟଙ୍କ ଭେଟ ହୁଏ ସେତେଥର ଜୁସ୍ ପିଆନ୍ତି ପ୍ରେମିକା। ଘରକୁ ଯାଇ ଚେତା ହରାନ୍ତି ସୌରାନ, ବାନ୍ତି କରନ୍ତି ଭଲ ହୋଇଯାଆନ୍ତି।
ଥରେ କି ଦୁଇଥର ନୁହେଁ, ଉଭୟଙ୍କ ଭେଟ ଯେତେଥର ହୋଇଛି ସେତେଥର ବାନ୍ତି କରି କଷ୍ଟ ପାଇଛନ୍ତି ସୌରାନ୍। ହେଲେ ସନ୍ଦେହ ତିଳେ ହେଲେ କରିନାହାନ୍ତି।
୧୫ ଅକ୍ଟୋବର ୨୦୨୨। ପ୍ରେମିକା ସହ ଶେଷ ଭେଟ ପରେ କ୍ଲାନ୍ତ ହୋଇପଡନ୍ତି ସୌରାନ୍। ବାନ୍ତି କରନ୍ତି, ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି। ୨ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ବି ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରନ୍ତି ନାହିଁ। ମୃତ୍ୟୁ ବରଣ କରନ୍ତି ପ୍ରେମିକ ସୌରାନ୍।
ଗୁସ୍ମା କାନ୍ଦନ୍ତି, ଭୁଲିଯାଆନ୍ତି ଘଟଣାକୁ। ହେଲେ ଗୁମର ଖୋଲିଛି ପୋଷ୍ଟ ମର୍ଟମ ରିପୋର୍ଟ। ସ୍ଲୋ ପଏଜନ ପିଇ ପିଇ ନିଜ ଦେହକୁ ବିଶାକ୍ତ କରିଥିଲେ ସୌରାନ୍। ଆଉ ଏ ସମସ୍ତ ବିଷକୁ ପାଣିରେ ମିଶାଇ ପ୍ରତି ଭେଟରେ ପ୍ରେମିକକୁ ଭେଟି ଦେଇଥିଲା ନାଗୁଣୀ ପ୍ରେମିକା ଗୁସ୍ମା।
ପୁଲିସ ଘଟଣାର ତଦନ୍ତ କରୁଛି। ହେଲେ ପ୍ରେମ ନାଁରେ ବିଷ ଦେଇଥିବା ପ୍ରେମିକାକୁ ଦୁନିଆ ବିଷାକ୍ତ ନାଗୁଣୀର ଆକ୍ଷା ଦେଇଛି।