ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶୀନା ବୋରା ହତ୍ୟାକାଣ୍ଡ ମାମଲାରେ ପିଟର ମୁଖାର୍ଜିଙ୍କୁ ଆଜି ବେଲ୍ ମିଳିଛି । ହେଲେ ବେଲ୍ ମିଳିବା ପରେ ମଧ୍ୟ ଇନ୍ଦ୍ରାଣୀ ମୁଖାର୍ଜିଙ୍କ ପୂର୍ବ ସ୍ୱାମୀ ପିଟରଙ୍କୁ ଜେଲ୍ରେ ରହିବାକୁ ପଡିବ । ତେବେ ବମ୍ବେ ହାଇକୋର୍ଟ ଏହି ମାମଲର ଶୁଣାଣି କରି ବେଲ୍ ଆବେଦନରେ ମୋହର ଲଗାଇଛନ୍ତି ।
ବେଲ୍ ଦେବା ପରେ ହାଇକୋର୍ଟ ସିବିଆଇର ଅନୁରୋଧ କ୍ରମେ 6 ସପ୍ତାହ ପାଇଁ ଏହି ଆଦେଶରେ ରୋକ୍ ଲଗାଇଦେଇଛନ୍ତି । ଯାହାଦ୍ୱାରା ସେ ସୁପ୍ରିମ୍କୋର୍ଟରେ ଆବେଦନ କରିପାରିବେ । ଏଠି କହି ରଖୁଛୁ ଯେ, ପିଟର ମୁଖାର୍ଜୀ ପତ୍ନୀ ଇନ୍ଦ୍ରାଣୀଙ୍କ ପ୍ରଥମ ସ୍ୱାମୀଙ୍କ ଝିଅ ଶୀନା ବୋରାଙ୍କୁ ହତ୍ୟା କରିବାରେ ଷଡଯନ୍ତ୍ର ରଚିଥିଲେ ।
ତେବେ ଡିସେମ୍ବରରେ ବମ୍ବେର ସ୍ୱତନ୍ତ୍ର ଅଦାଲତ ଇନ୍ଦ୍ରାଣୀଙ୍କ ବେଲ୍ ଯାଚିକା ଖାରିଜ୍ କରିଦେଇଥିଲେ । ମୁଖାର୍ଜୀ 6 ମାସ ପୂର୍ବରୁ ଅସୁସ୍ଥତା କାରଣ ଦର୍ଶାଇ ସ୍ୱତନ୍ତ୍ର ସିବିଆଇ ନ୍ୟାୟାଧିଶ ଜେଶି ଜଗଦାଲେଙ୍କ ଅଦାଲତରେ ଆବେଦନ କରିଥିଲେ ।
