ଅଧିକ ପଢନ୍ତୁ: ପାକିସ୍ତାନକୁ ଆଉ ମିଳୁନି କଞ୍ଚାମାଲ
ପାକିସ୍ତାନର ରାସ୍ତାରେ ଅରାଜକତା ସୃଷ୍ଟି କରି ତାଙ୍କର ଏଜେଣ୍ଡାକୁ ଆଗକୁ ବଢାଇବା । ଇମରାନ ଖାନ ତାଙ୍କର ପାର୍ଟି ତେହେରିକ ଏ ପାକିସ୍ତାନ ଜରିଆରେ ପାକିସ୍ତାନରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରି ଦେଶକୁ ଅସ୍ଥିର କରିବାର ଯୋଜନାରେ ଲାଗିଛନ୍ତି ବୋଲି ସେ କହିଛନ୍ତି । ଶେହବାଜ ସରିଫ ଇମରାନ ଖାନକୁ ଜଣେ ଭୀରୁ ବୋଲି ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ ଏହି ଭୀରୁ ବ୍ୟକ୍ତି ଜଣଙ୍କ ଅଦାଲତଙ୍କୁ ତଲାଶୀ ନେବା ପାଇଁ ଦେଇ ନାହାନ୍ତି । କାରଣ ସେ ଜାଣିଛନ୍ତି ଯେ ତଲାଶୀ ନେଲେ ତାଙ୍କର ଦୋଷ ପ୍ରମାଣିତ ହୋଇଯିବ । ଶେହବାଜ ସରିଫ ଆହୁରି କହିଛନ୍ତି ଯେ ଇମରାନ ଖାନ ଚାହାନ୍ତି ନାହିଁ ଯେ ଗରୀବ ମାନଙ୍କୁ ଦରଦାମ ବୃଦ୍ଧି, ଆର୍ଥିକ ସଂକଟରୁ ମୁକ୍ତି ମିଳୁ । ତେଣୁ ସେ ଏଭଳି କାମ କରି ପାକିସ୍ତାନରେ ଅରାଜକତାର ସ୍ଥିତି ଉତ୍ପନ୍ନ କରିବାକୁ ଚାହୁଁଛନ୍ତି । ସେ କୋର୍ଟ ମାନଙ୍କରୁ ବର୍ତିବାକୁ ଚେଷ୍ଟା କରିବା ତାଙ୍କର ଭୀରୁତାକୁ ସ୍ପଷ୍ଟ କରୁଛି ବୋଲି ସେ କହିଛନ୍ତି ।
ଦେଖନ୍ତୁ ଭିଡିଓ: ପାକିସ୍ତାନରେ ଆହୁରି ଖରାପ ହେବ ଆର୍ଥିକ ସ୍ଥିତି
ପାକିସ୍ତାନର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇ ସାରିଥିବାରୁ ପ୍ରଧାନମନ୍ତ୍ରୀ ସରିଫ ଅତ୍ୟନ୍ତ ଚାପରେ ଅଛନ୍ତି । ଏହି ପରିସ୍ଥିତିରୁ ପାକିସ୍ତାନ କିପରି ବାହାରକୁ ବାହାରିବ ସେ ନେଇ କୌଣସି ପ୍ରକାର ରାସ୍ତା ଦେଖା ଯାଉ ନାହିଁ । ଲୋକ ମାନଙ୍କ ନିକଟରେ ଅତ୍ୟାବଶ୍ୟକ ଜିନିଷ ଯେପରି ଅଟା ଆଦି କିଣିବାକୁ ଅର୍ଥ ନାହିଁ । ପାକିସ୍ତାନର ନାଗରିକ ମାନେ ଦୁଇ ମୁଠା ଖାଇବାକୁ ପାଉ ନାହାନ୍ତି । ଖାଦ୍ୟ ପଦାର୍ଥର ଦାମ ଆକାଶ ଛୁଇଁବାରେ ଲାଗିଲାଣି । ସେହିପରି ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ଖାଲି ହୋଇ ସାରିଲାଣି । କୌଣସି ପରିସ୍ଥିତିରେ ପାକିସ୍ତାନ କାଙ୍ଗାଳ ଘୋଷିତ ହୋଇ ଯାଇ ପାରେ ।
ଦେଖନ୍ତୁ ଭିଡିଓ: ମନ୍ତ୍ରୀମାନଙ୍କୁ ଦରମା ଲାଭ ଛାଡିବାକୁ କହିଲେ ଶହବାଜ ଶରିଫ
ପାକିସ୍ତାନ ସରକାର ବିଭିନ୍ନ ଦେଶରୁ ଭିକ ମାଗୁଥିବା ବେଳେ ସେମାନଙ୍କୁ ଏଥିରେ କୌଣସି ସଫଳତା ମିଳୁ ନାହିଁ। ପୂର୍ବରୁ ଅନେକ ଥର ଏଭଳି ଭିକ ମାଗି ଚଳୁଥିବା ପାକିସ୍ତାନକୁ ଚଳିତ ଥର କେହି ଭିକ ଦେବାକୁ ପ୍ରସ୍ତୁତ ନାହାନ୍ତି । ସାଉଦୀ ଆରବ. ୟୁଏଇ ଭଳି ମୁସଲମାନ ଦେଶ ମାନେ ମଧ୍ୟ ପାକିସ୍ତାନକୁ ଚଳିତ ଥର ଋଣ ଦେବାକୁ ପ୍ରସ୍ତୁତ ନାହାନ୍ତି ଓ ରୋକ ଠୋକ ମନା କରି ଦେଇଛନ୍ତି । ସେମାନେ କହିଛନ୍ତି ଯେ ଯଦି ଆଇଏମଏଫ ପରି ସଂସ୍ଥା ପାକିସ୍ତାନକୁ ଋଣ ପ୍ରଦାନ କରେ ତେବେ ସେହି ସର୍ତ ଆଧାରରେ ସେମାନେ ମଧ୍ୟ ଋଣ ଦେବେ । ହେଲେ ଏବେ ସେମାନେ ପାକିସ୍ତାନକୁ କୌଣସି ଋଣ ଦେବେ ନାହିଁ। ଅନ୍ୟ ପକ୍ଷରେ ଏଭଳି ସ୍ଥିତିରେ ଇମରାନ ଖାନଙ୍କ ପାର୍ଟି ପ୍ରତିଦିନ ସେଠାରେ ଅରାଜକତାର ସ୍ଥିତି ଉତ୍ପନ୍ନ କରିବାକୁ ଚେଷ୍ଟା କରିବା ପାକିସ୍ତାନର ସ୍ଥିତିକୁ ଆହୁରି ଖରାପ କରିଦେଇଛି ।