ଏହି ଆଲୋଚନା ପରେ ଦୁଇ ନେତାଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ଚୁକ୍ତି ସ୍ଭାକ୍ଷରିତ ହୋଇଛି । ତେବେ ଶେଖ ହସିନାଙ୍କ ଏହି ୪ ଦିନ ର ଗସ୍ତ ଦୁଇ ଦେଶ ପାଇଁ ବହୁତ ଗୁରୁତ୍ୱ ବହନ କରୁଛି ।ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି, ଭାରତ ଅନୁଭୂତି ସବୁବେଳେ ମନେ ରହିବ । ଦୁଇ ଦେଶ ମଧ୍ୟରେ ସହଯୋଗ ବଢାଇବା ହେବ ପ୍ରାଥମିକତା । ଦାରିଦ୍ର୍ୟ ଦୂରୀକରଣ ପାଇଁ ଦୁଇ ଦେଶ ଏକାଠି ଲଢିବୁ । ବାଂଲାଦେଶର ବିକାଶରେ ଭାରତର ଭୂମିକା ରହିଛି ।
ଭାରତ-ବାଂଲାଦେଶ ମଧ୍ୟରେ ପ୍ରତିରକ୍ଷା, ବ୍ୟବସାୟ, ରେଳବାଇ, ଜଳ ପରିଚାଳନା ଏବଂ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ୭ଟି ଚୁକ୍ତି ହୋଇପାରେ । ଶେଖ୍ ହସିନା ୮ତାରିଖରେ ଆଜମେର ସରିଫ ଦରଘା ଗସ୍ତରେ ଯିବେ ।
ଭାରତ ଖବର ଆହୁରି ପଢ଼ନ୍ତୁ ।