ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ନିଜକୁ ପ୍ରକୃତ ଶିବସେନା କହୁଥିବା ବେଳେ ସେପଟେ ଉଦ୍ଧବ ଠାକରେ ବି ସେହି ସମାନ ଦାବି କରି ଆସୁଛନ୍ତି । ଏହାପୂର୍ବରୁ ସିନ୍ଦେଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଶିବସେନାର ଚିହ୍ନ ଧନୁ ଓ ତୀର ସେମାନଙ୍କୁ ଆବଣ୍ଟିତ କରିବାକୁ କହିଥିଲେ । ତାଙ୍କ ଗୋଷ୍ଠୀରେ ୫୫ରୁ ୪୦ ଜଣ ବିଧାୟକ ରହିଛନ୍ତି । ଏହାସହ ୧୯ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୨ଜଣଙ୍କ ସମର୍ଥନ ରହିଛି ବୋଲି ସେ ଦାବି କରୁଛନ୍ତି । ସେପଟେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ମଧ୍ୟ ନିଜ ଦାବି ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛି । ଅଗଷ୍ଟ ୮ରେ ସ୍ପଷ୍ଟ ହୋଇପାରେ କାହାକୁ ମିଳୁଛି ପ୍ରକୃତ ଶିବସେନାର ମାନ୍ୟତା ।

ଅର୍ଗସ ବ୍ୟୁରୋ : ଶିବସେନା କାହାର । ଦଳର ପ୍ରତିଷ୍ଠାତା ବାଲାସାହେବ ଥାକ୍ରେ କାହାର । ଉଦ୍ଧବ ଗୋଷ୍ଠୀର ନାଁ ଏକନାଥ ସିନ୍ଧେଙ୍କ ଗୋଷ୍ଠୀର । କୋଉ ଗୋଷ୍ଠୀକୁ ମିଳିବ ମାନ୍ୟତା । ଏହାକୁ ନେଇ ଗତ କିଛିଦିନ ହେବ ୨ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ବାଦବିବାଦ ଏବେ ପହଁଚିଛି ନିର୍ବାଚନ ଆୟୋଗରେ । ଏହାମଧ୍ୟରେ ନିର୍ବାଚନ ଆୟୋଗ ଏକ ବଡ ପଦକ୍ଷେପ ନେଇଛନ୍ତି । ଆୟୋଗ ଶିବସେନାର ଉଭୟ ଗୋଷ୍ଠୀକୁ ନୋଟିସ ପଠାଇଛନ୍ତି । ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିଏ ଶିବସେନାର ପ୍ରକୃତ ବିଗ୍ବସ୍ ସେନେଇ ଆସନ୍ତା ଅଗଷ୍ଟ ୮ରେ ଶୁଣାଣି ହେବ ।

ଅର୍ଗସ ବ୍ୟୁରୋ : ଜନଜାତି କ୍ରୀଡ଼ାବିତଙ୍କ ପ୍ରତିଭା ଲୋକଲୋଚନକୁ ଆଣିବାରେ ‘ଜନଜାତି ଖେଳ ମହୋତ୍ସବ’ ଅନ୍ୟ ଏକ ମାଧ୍ୟମ ହେବ ବୋଲି ଶୁକ୍ରବାର ଭୁବନେଶ୍ୱର ଠାରେ ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢନ୍ତୁ : 'ଦିଲ୍ଲୀପ ଶତପଥୀ ମେମୋରିଆଲ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତା’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଶ୍ରୀ ପ୍ରଧାନ କହିଛନ୍ତି ଯେ ଜନଜାତୀୟ ଖେଳ ପରମ୍ପରା ଏବଂ ଜନଜାତି ଯୁବକଙ୍କ ମଧ୍ୟରେ ଖେଳକୁ ଆଗକୁ ନେବା ପାଇଁ ଏହି ଉଦ୍ୟମ ପ୍ରଶଂସନୀୟ । ଜନଜାତୀୟ ଖେଳ ମହୋତ୍ସବରେ ସବୁ ରାଜ୍ୟରୁ ଯୁବକ ଯୁବତୀମାନେ ଅଂଶଗ୍ରହଣ କରିବା ଏକ- ଭାରତ ଶ୍ରେଷ୍ଠ ଭାରତର ପରିକଳ୍ପନାକୁ ଦର୍ଶାଉଛି । ଏଥିରେ ଅଂଶଗ୍ରହଣ କରୁଥିବା ଯୁବ ଶକ୍ତି କେବଳ ଖେଳାଳି ନୁହେଁ ବରଂ ସାଂସ୍କୃତିକ ଆମ୍ବାସେଡର ମଧ୍ୟ । ଓଡ଼ିଶାରେ ଜନଜାତି ସମାଜ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁତ ଗଭୀର ସମ୍ପର୍କ ରହିଛି । ଆମର ଜନଜାତୀୟ ସମାଜ ଖେଳରେ ଅଭୂତପୂର୍ବ ପ୍ରଦର୍ଶନ ଦଖାଇବା ସହ ସବୁବେଳେ ଦେଶକୁ ଗୌରବାନ୍ୱିତ କରିଛନ୍ତି ।
ରାଷ୍ଟ୍ରୀୟ ଶିକ୍ଷା ନୀତି ଉଭୟ ଖେଳ ଏବଂ ପାଠପଢାକୁ ଗୁରୁତ୍ୱ ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୋତ୍ସାହନ କାରଣରୁ ହିଁ ଆଜି ଦେଶରେ ‘ଖେଲୋଗେ ତୋ ଖିଲୋଗେ’ ଭଳି ମାହୋଲ ତିଆରି ହୋଇଛି । ବ୍ୟକ୍ତିର ସାମଗ୍ରିକ ବିକାଶ ପାଇଁ ଖେଳର ବହୁତ ବଡ ଆବଶ୍ୟକତା ଅଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆମେ ଖେଳ ଓ କୌଶଳ ବିକାଶକୁ ଆଗେଇ ନେବା ଏବଂ ପାଠପଢା ସହ ରୋଜଗାର କରିବା ପାଇଁ ଅନେକ ନୀତି ତିଆରି ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
