ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ ନୂଆ ନୂଆ ତଥ୍ୟ ଆଉ ଚରିତ୍ରମାନେ ସାମ୍ନାକୁ ଆସୁଛନ୍ତି। ସେମିତି ଜଣେ ଚରିତ୍ର ଏବେ ଚର୍ଚ୍ଚାରେ। ନାଁ ପୁନମ ବିଡଲାନୀ। ମହାରାଷ୍ଟ୍ରର ପାଲଘର ଜିଲ୍ଲାର ନାଲାସୋପାରା ଅଞ୍ଚଳର ସମାଜସେବୀ ହେଉଛନ୍ତି ପୁନମ୍। ସେ କହିଛନ୍ତି, ଯେତେବେଳେ ଶ୍ରଦ୍ଧା ଏବଂ ଆଫତାବ ଏଭର ସାଇନ୍ ଅଞ୍ଚଳରେ ରହିବାକୁ ଆସିଥିଲେ, ସେତେବେଳେ ଶ୍ରଦ୍ଧା ପୁନମଙ୍କୁ କିଛି ସାହାଯ୍ୟ ମାଗିଥିଲେ। ଯେଉଁଥିରୁ ଉଭୟଙ୍କ ପରିଚୟ ହୋଇଥିଲା।
ପୁନମ ଦାବି କରିଛନ୍ତି ଯେ, ଉଭୟଙ୍କ ଭିତରେ ସମ୍ପର୍କ ବିଚିତ୍ର ଥିଲା। ସାମାନ୍ୟ କଥାକୁ ନେଇ ମାରଧର କରୁଥିଲା ଆଫତାବ। ଆଉ ମାଡ ମାରିବା ପରେ ସେ ଘରେ ରହୁ ନ ଥିଲା। ବରଂ ସେହି ରାତିରେ ନିଜ ବାପା-ମା’ଙ୍କ ପାଖକୁ ଚାଲି ଯାଉଥିଲା। ଗୋଟିଏ ଦିନ ପୁନମଙ୍କ ସହାୟତାରେ ଶ୍ରଦ୍ଧା ନିଜେ ମୁମ୍ବାଇର ତୁଲିଞ୍ଜ ଥାନାରେ FIR ଦାୟର ମଧ୍ୟ କରିଥିଲେ। ହେଲେ ପ୍ରତିଥର ଭଳି ଆଫତାବଙ୍କ ବାପା-ମା’ ଶ୍ରଦ୍ଧାଙ୍କୁ ଫୁସୁଲାଇବାରେ ସଫଳ ହେଉଥିଲେ। ଯେଉଁଥିପାଇଁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନ ଥିଲା।
ପୁନମଙ୍କ କହିବା କଥା ଆଫତାବ ହିଂସ୍ର ଥିଲା। ଦିନେ ଶ୍ରଦ୍ଧା ଦଉଡି ଦଉଡି ତାଙ୍କ ପାଖକୁ ଆସିଥିଲେ। ଆଉ କହିଥିଲେ, ମୁଁ ଜୀବନ ବିକଳରେ ଆପଣଙ୍କ ପାଖକୁ ଆସିଛି। ନ ଚେତ୍ ଆଫତାବ ମତେ ମାରିଦେବ। ସେହିଦିନ ଶ୍ରଦ୍ଧାଙ୍କ ମୁହଁ ଓ ବେକରେ ଅନେକ କ୍ଷତଚିହ୍ନ ରହିଥିଲା। ଯେଉଁଥିରୁ ଜଣାପଡିଛି କି ଆଫତାବ ଶ୍ରଦ୍ଧାଙ୍କୁ ଜୀବନରୁ ମାରିଦେବାକୁ ଅନେକ ଥର ଚେଷ୍ଟା କରିଛି।
ମୁମ୍ବାଇରୁ ଏହି ଲିଭ-ଇନ୍-କପଲ ଦିଲ୍ଲୀ ଯିବା ପରେ ସେଠାରେ ହିଁ ନିଜର ମନର ଅଭିଳାଷକୁ ପୂର୍ଣ୍ଣ କରିଛି, ଆଫତାବ। ତେବେ ଏହି ବିବତ୍ସ ଶ୍ରଦ୍ଧା ଓ୍ବାକର ହତ୍ୟା କାଣ୍ଡରେ ଅଭିଯୁକ୍ତକୁ ପୁଲିସ କି ଦଣ୍ଡ ଦେଉଛି ତାହା ଦେଖିବାକୁ ରହିଲା।
ଅପରାଧ ଖବର ଆହୁରି ପଢ଼ନ୍ତୁ ।