Along with Hon. @loksabhaspeaker Shri Om Birla, flagged-off the ‘Skills on Wheels’ initiative supported by @NSDCINDIA in partnership with @MyIndusIndBank.
A customised bus with retrofitted tools, #SkillsOnWheels will take the Skill India Mission to the remotest corners of… pic.twitter.com/Rhkasj1265 — Dharmendra Pradhan (@dpradhanbjp) September 17, 2023
ସ୍କିଲ୍ ଅନ ହ୍ୱିଲ୍ ଯୋଜନା କ'ଣ ?
ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ ସ୍କିଲ୍ ଅନ୍ ହ୍ୱିଲ୍ ବା କୌଶଳ ରଥ ନାମକ ଏହି ଅନନ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହା ରାଜସ୍ଥାନର ପ୍ରତ୍ୟେକ ଗାଁକୁ ଯିବ ଏବଂ ଯୁବକମାନଙ୍କୁ ତାଲିମ ଦେବ ।
ଏହି ଯୋଜନାର ଉଦେଶ୍ୟ କ'ଣ ?
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସରକାରଙ୍କ ଦକ୍ଷତା ବିକାଶ ମିଶନ, ଯୁବକମାନଙ୍କ ପାଇଁ ଉପଲବ୍ଧ ସୁଯୋଗ ଏବଂ ସହାୟତା ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ ।
ଏହାସହ କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଡିଜିଟାଲ ସାକ୍ଷରତା ଏବଂ ଡିଜିଟାଲ ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ NSDC ଓ IndusInd Bank ସହାୟତାରେ ଏହି ଯୋଜନା ଆରମ୍ଭ କରାଯାଇଛି ।
ଏକ ନିର୍ଦ୍ଦିଷ୍ଟ ଚାକିରି ପ୍ରତି ଆଗ୍ରହ ଥିବା ସଠିକ୍ ପ୍ରାର୍ଥୀ ତାଙ୍କ ଶିକ୍ଷାଗତ ପୃଷ୍ଠଭୂମି, ଦକ୍ଷତା ଅନୁଯାୟୀ କିପରି ସଠିକ୍ ପାଠ୍ୟକ୍ରମ ବାଛିପାରିବେ ଏହି ଯୋଜନାର ମୂଳ ଉଦ୍ଦେଶ୍ୟ । ଆଗାମୀ 5 ବର୍ଷ ମଧ୍ୟରେ 60,000 ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ନିଯୁକ୍ତି ପାଇବେ ।
ଆହୁରି ପଢନ୍ତୁ ଭାରତ ଖବର...