ନବଜୋତ ସିଂ ସିଦ୍ଧୁ ନିଜ ଦଳରେ ଠିକଠାକ୍ ଥିଲେ। ଆଉ ତାଙ୍କ ସ୍ଥାନ ବି ଠିକ୍ ଥିଲା। ମାତ୍ର ନିଜେ ଅତି ଚତୁରତା ଦେଖାଇ ତାଙ୍କୁ ଏ ପରିସ୍ଥିତି ଭୋଗିବାକୁ ପଡିଲା ବୋଲି ଲୋକେ କହିଲେଣି। ପ୍ରଥମେ ଦଳ ବିରୋଧରେ ଇଆଡୁ-ସିଆଡୁ କହିଲେ। ଆଉ ନିଜର ସମର୍ଥକଙ୍କ ସହ ପାୱାର ଦେଖାଇବା ଆରମ୍ଭ କଲେ। ଏପରିକି କଂଗ୍ରେସେର ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କୁ ବି ସେ ବିରୋଧ କରିଥିଲେ। ଦଳ ବିରୋଧୀ କାମ ନେଇ ସିଦ୍ଧୁଙ୍କ ନାମରେ କିଛି କର୍ମୀ ଅଭିଯୋଗ କରିଥିଲେ। ଏତିକି ଭିତରେ ସେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଚେଷ୍ଟା ଜାରି ରଖିଲେ। ଭାବିଥିଲେ ଏପରି କରି ନିର୍ବାଚନୀ ବୈତରଣୀ ପାର୍ ହୋଇଯିବେ। ମାତ୍ର ଏହା ତାଙ୍କ ପାଇଁ ବୁମେରାଂ ହେଲା। ଶେଷରେ ନିଜ ସିଟ୍ ବଞ୍ଚାଇ ପାରିଲେନି ସିଦ୍ଧୁ। ୬୭୫୦ ଭୋଟରେ ହାରିଛନ୍ତି ସିଦ୍ଧୁ। ପଂଜାବରୁ କଂଗ୍ରେସ ଏକ ପ୍ରକାରର ମୂଳପୋଛ ହୋଇ ଯାଇଛି ବୋଲି କହିଲେ କିଛି ଭୁଲ ହେବ ନାହିଁ। କାରଣ ଏଥର ମାତ୍ର ୧୮ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି କଂଗ୍ରେସକୁ।
ସିଦ୍ଧୁ ହାରିବା ପରେ ତାଙ୍କୁ ନେଇ ସୋସିଆଲ ମିଡିଆରେ ମିମ୍ସ ଭାଇରାଲ ହେଲାଣି। କିଏ ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ଙ୍କ ସହ ତାଙ୍କ ଫୋଟ ଛାଡି କମେଣ୍ଟ ଦେଇଛି ତ କିଏ କପିଲ ଶର୍ମା ସୋରେ ଅର୍ଚ୍ଚନାଙ୍କୁନ ନେଇ ମେମ୍ସ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ପୁଣି କିଏ ତାଙ୍କ କ୍ରିକେଟ କମେଣ୍ଟ୍ରିକୁ ନେଇ ମିମ୍ସ କରୁଛନ୍ତି।
The voice of the people is the voice of God …. Humbly accept the mandate of the people of Punjab …. Congratulations to Aap !!! — Navjot Singh Sidhu (@sherryontopp) March 10, 2022
ତେବେ ଏହାରି ଭିତରେ ବିଜେପି ୪ଟି ରାଜ୍ୟରେ ସରକାର କରିବ ବୋଲି ଏକପ୍ରକାରର ସୁନିଶ୍ଚିତ ହୋଇଥିବା ବେଳେ ଆପ୍ ପଂଜାବରେ କଂଗ୍ରେସର ମୂଳପୋଛ କରି ଦେଇଛି। ବିଜେପି କର୍ମୀ ବିଜୟ ଉତ୍ସବ ମନାଇବା ଆରମ୍ଭ କରିଦେଲେଣି । କର୍ମୀମାନେ ବାଣ ଫୁଟାଇ, ବାଜା ବଜାଇ ନାଚି ଗାଇ ଉତ୍ସବ ମନାଉଛନ୍ତି ।